Posted inରାଜ୍ୟ

ତାତିଲେ ରୁଙ୍ଗ୍‌ଟା କ୍ଷତିଗ୍ରସ୍ତ: କମ୍ପାନୀ ଫାଟକରେ ତାଲା ଠୁଙ୍କିଲେ

ଢେଙ୍କାନାଳ ଅଫିସ, ୨୪।୭-ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ନ ହେବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରୁଙ୍ଗ୍‌ଟା କମ୍ପାନୀ ପ୍ରଭାବିତ ଝାଡ଼ବନ୍ଧ ଅଞ୍ଚଳର କ୍ଷତିଗ୍ରସ୍ତ ପ୍ରଜା। ୧୩ ଦଫା ଦାବି ନେଇ ସେମାନେ ମଙ୍ଗଳବାର କମ୍ପାନୀ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା।
ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଝାଡ଼ବନ୍ଧ ଅଞ୍ଚଳରେ ୨୦୦୭ରେ ରୁଙ୍ଗ୍‌ଟା କମ୍ପାନୀ ପ୍ରତିଷ୍ଠା ପାଇଁ ଶୁଭ ଦିଆଯାଇଥିଲା। ଆବଶ୍ୟକତା ଅନୁଯାୟୀ କାରଖାନା କର୍ତ୍ତୃପକ୍ଷ ସମ୍ପୃକ୍ତ ଅଞ୍ଚଳରେ ଜମି ଅଧିଗ୍ରହଣ କରିଥିଲେ। ଦୀର୍ଘଦିନ ପରେ ବି କମ୍ପାନୀ କାର୍ଯ୍ୟକ୍ଷମ ହେଲାନାହିଁ। ଦୀର୍ଘ ୧୧ବର୍ଷ ପରେ କମ୍ପାନୀ ପକ୍ଷରୁ ପୁନର୍ବାର ଭୂମିପୂଜା କରାଯିବା ସହ ଆଉ କିଛି ଜମି ଅଧିଗ୍ରହଣ କରାଯାଇଛି। କିନ୍ତୁ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ପ୍ରଜାକୁ ମୂଲ୍ୟ ପ୍ରଦାନ କରାଯାଉନାହିଁ। ଏହାକୁ ନେଇ ଜମିହରାମାନେ ପ୍ରତିବାଦ କରି ଆସୁଛନ୍ତି। ବାରମ୍ବାର ବୈଠକ ଏବଂ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେମାନଙ୍କୁ ନ୍ୟାୟ ମିଳୁନାହିଁ। ଆରପିଡିଏସି ବୈଠକ ଡକାଯାଉନାହିଁ। ସମସ୍ୟାର ସ୍ଥାୟୀ ସମାଧାନ କରିବା ପରିବର୍ତ୍ତେ କେବଳ ଆଲୋଚନାରେ ସୀମିତ ରହିଛି। ସବୁଆଡୁ ନିରାଶ ହେବାପରେ କ୍ଷତିଗ୍ରସ୍ତ ପ୍ରଜା ଆନ୍ଦୋଳନ ଆରମ୍ଭ କରିଛନ୍ତି। ସୂଚନା ପାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ।
ଏ ସଂକ୍ରାନ୍ତରେ ଉପଜିଲାପାଳ ଭବେଶ କୁମାର ନାୟକ କୁହନ୍ତି, ଗ୍ରାମବାସୀଙ୍କୁ ଡାକି ଆଲୋଚନା କରାଯାଇଛି। ସେମାନଙ୍କ ପ୍ରମୁଖ ଦାବି ହେଉଛି ଆରପିଡିଏସି ମିଟିଂ କରାଯାଉ। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଏ ନେଇ ଜିଲାପାଳ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କୁ ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri