ତାତିଲେ ରାଣୀଗୋଡ଼ାବାସୀ : ବିଜୁଳି ଦିଅ, ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ, ୧୬।୫- ଅନୁଗୋଳ ଉପକଣ୍ଠ ରାଣୀଗୋଡ଼ା ନାୟକ ସାହିର ଲୋକେ ଅନୁଗୋଳ ସେସୁ କାର୍ଯ୍ୟାଳୟ ଆଗରେ ବୁଧବାର ଧାରଣା ଦେଇଥିଲେ। ଗ୍ରାମରେ ଲୋ ଭୋଲଟେଜ୍‌ ଯୋଗୁ ଉପଭୋକ୍ତାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପିଲାମାନଙ୍କ ପାଠ ପଢ଼ାରେ ମଧ୍ୟ ସମସ୍ୟା ଉପୁଜୁଛି। ତେଣୁ ବିଜୁଳି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗ୍ରାମବାସୀ ଅନୁଗୋଳ ବାସନ୍ତୀ ଦୁର୍ଗା ପଡ଼ିଆ ନିକଟରେ ଥିବା ସେସୁ କାର୍ଯ୍ୟାଳୟ ଅଧିକାରୀଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ଲିଖିତ ଭାବେ ଅବଗତ କରିଛନ୍ତି।

ଗ୍ରାମବାସୀ ଦର୍ଶାଇଛନ୍ତି ଯେ, ୩ ମାସ ହେବ ନାୟକ ସାହିରେ ଟ୍ରାନ୍ସଫର୍ମର୍‌ ବସିଛି। କିନ୍ତୁ ବିଦ୍ୟୁତ୍‌ ସଂଯୋଗ କରାଯାଇନାହିଁ। ଉପଭୋକ୍ତାମାନେ ବିଭାଗକୁ ବାରମ୍ବାର ଦୌଡ଼ୁଥିଲେ ମଧ୍ୟ କୌଣସି ଅଧିକାରୀ ଅଞ୍ଚଳବାସୀଙ୍କ କଥା କର୍ଣ୍ଣପାତ କରୁ ନ ଥିଲେ। ବୁଧବାର ରାଣୀଗୋଡ଼ାର ବାସିନ୍ଦାମାନେ ସେସୁ କାର୍ଯ୍ୟାଳୟକୁ ଆସି ଆନ୍ଦୋଳନ ପାଇଁ ଚେତାବନୀ ଦେବା ପରେ ବିଦ୍ୟୁତ୍‌ କର୍ମଚାରୀଙ୍କ ଚେତା ଉଦୟ ହୋଇଛି। ଲୋକଙ୍କ ସମସ୍ୟାକୁ ଦୁଇରୁ ତିନି ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ସେସୁ ଅଧିକାରୀ ସତ୍ୟଜିତ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ ଉକ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସମସ୍ୟା ଥିବା ସେ ଅବଗତ ନ ଥିଲେ। ବର୍ତ୍ତମାନ ଜାଣିବା ପରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ, ବାତ୍ୟା ଫନୀ ପରେ ଉକ୍ତ ଠିକାସଂସ୍ଥା ଉପକୂଳ ଓଡ଼ିଶାରେ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟରେ ଲାଗିଛନ୍ତି। ତେଣୁ ୨/୩  ଦିନ ପରେ କର୍ମଚାରୀମାନେ ଫେରିବା ପରେ ଉକ୍ତ ଅଞ୍ଚଳର ସମସ୍ୟା ପ୍ରାଥମିକ ଭିତ୍ତିରେ ସମାଧାନ କରାଯିବ। ଅନ୍ୟପକ୍ଷରେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ନାୟକସାହି ବାସିନ୍ଦା ଚେତାବନୀ ଦେଇଛନ୍ତି। ନାୟକ ସାହିର ପ୍ରାଣବନ୍ଧୁ ଦେହୁରୀଙ୍କ ନେତୃତ୍ୱରେ ହେମନ୍ତ କୁମାର ସାହୁ, ଜିତେନ୍ଦ୍ର କୁମାର ବିଶ୍ୱାଳ, ପ୍ରକାଶ ବିଶ୍ୱାଳ, ଛବି ନାୟକ, ତାପସ ନାୟକ ପ୍ରମୁଖଙ୍କ ସହ ଅନ୍ୟମାନେ ସେସୁ କାର୍ଯ୍ୟାଳୟ ଅଧିକାରୀଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri