ତାଣ୍ଡବ ରଚିଲା କାଳବୈଶାଖୀ

ଅନୁଗୋଳ ଅଫିସ/ତାଳଚେର (ନି.ପ୍ର.) /କଣିହାଁ/ବନ୍ତଳା/ଛେଣ୍ଡିପଦା/ ପରଜଙ୍ଗ (ଡି.ଏନ୍‌.ଏ.), ୨୯ା୫- ଅନୁଗୋଳ ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବେଗରେ ପବନ ବହିବାରୁ ବହୁ ଆଜବେଷ୍ଟସ, ଛପର ଉଡ଼ିଯାଇଛି। ବଡ଼ ବଡ଼ ଗଛ ଧରାଶାୟୀ ହୋଇଛି। ଖୁଣ୍ଟ ଭାଙ୍ଗି ପଡ଼ିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ସେହିପରି ବଜ୍ରପାତରେ ୪ଜଣ ଗୁରୁତର ହୋଇଥିବାବେଳେ ଗଛପଡ଼ି ଜଣେ ମହିଳାଙ୍କ ଗୋଡ଼ ଭାଙ୍ଗିଯାଇଛି।
ତାଳଚେର ଅଞ୍ଚଳରେ ଅପରାହ୍ନ ସାଢ଼େ ୪ଟାରେ ହଠାତ୍‌ ଜୋରଦାର ପବନ ସହ ବର୍ଷା ହୋଇଥିଲା। ପବନର ବେଗ ଏତେ ଅଧିକ ଥିଲା ଯେ, ସହରରେ ଥିବା ବଡ଼ ବଡ଼ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଥିଲା। ୩୩ କେଭି ଓ ୧୧କେଭି ଲାଇନ ଓ ଷ୍ଟ୍ରକଚର କ୍ଷତିଗ୍ରସ୍ତ ହୋଇଥିବାବେଳେ କେତେକ ସ୍ଥାନରେ ଟ୍ରାନ୍ସଫର୍ମର ମଧ୍ୟ ତଳକୁ ଖସିପଡ଼ିଛି। ଦୋକାନ ସମ୍ମୁଖରେ ଲାଗିଥିବା ବୋର୍ଡ, ହୋର୍ଡିଂ ଉଡ଼ାଇନେଇଛି। କେତେକ ସ୍ଥାନରେ ଦୋକାନ ଘର ଭାଙ୍ଗିଯାଇଛି। ତାମ୍ରିତ ମାର୍କେଟ ନିକଟରେ ଗଛ ପଡ଼ିଯିବାରୁ ଏକ ଷ୍ଟୁଡିଓ ଭାଙ୍ଗିଯାଇଛି। ସହରରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିଛି। କ୍ଷୟକ୍ଷତି ଅଧିକ ହୋଇଥିବାରୁ ମୁଖ୍ୟ ଲାଇନ ରାତିରେ ସଜାଡ଼ିବା ଅସମ୍ଭବ ବୋଲି ସେସୁ ଏସ୍‌ଡିଓ ସୂଚନା ଦେଇଛନ୍ତି।
କାଳବୈଶାଖୀ ପ୍ରଭାବରୁ ବର୍ତ୍ତିନି କଣିହଁା ବ୍ଲକ ଅଞ୍ଚଳ। ଝଡ଼ତୋଫାନରେ ରାସ୍ତା ଉପରେ ଗଛ ପଡ଼ିଯିବାରୁ ୧ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ସ୍ଥାନରେ ତାର, ଖୁଣ୍ଟ ଭାଙ୍ଗିପଡ଼ିଥିବାରୁ ବିଦ୍ୟୁତ୍‌ ବିଭ୍ରାଟ ଦେଖାଦେଇଛି। ଖବର ଲେଖାଯିବା ସୁଦ୍ଧା ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇନାହିଁ। ଝଡ଼ବର୍ଷା ଯୋଗୁ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଚାଷୀମାନେ ପୋତିଥିବା ବିହନ ଗଜା ବାହାରୁଥିବାବେଳେ ସେସବୁ ନଷ୍ଟ ହୋଇଯାଇଛି। ପ୍ରଶାସନ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି। ସେହିପରି ଅନୁଗୋଳ ସହର, ବଅଁରପାଳ ବ୍ଲକ, ଛେଣ୍ଡିପଦା ବ୍ଲକର ଜରପଡ଼ା, ଜେରେଙ୍ଗ, ଦୁର୍ଗାପୁର, ତୁକୁଡ଼ା, ପରା, ଓଗୀ, ବଡ଼କେରଜାଙ୍ଗ, ସାନକେରଜାଙ୍ଗ, ତୁବେ, ସାଆନ୍ତପୁର, ଜରଡ଼ାରେ କାଳବୈଶାଖୀ ବହୁ କ୍ଷତି ଘଟାଇଛି। ରାସ୍ତା ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ଛାଡ଼ିବା ପରେ ଗଛକଟା ଆରମ୍ଭ ହୋଇଛି। ତଥାପି କେତେକ ସ୍ଥାନରେ ଗମନାଗମନ ସ୍ବାଭାବିକ ହୋଇପାରିନାହିଁ। ରାତି ହୋଇଯାଇଥିବାରୁ ପୁନରୁଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ଜଣାପଡ଼ିଛି। କାଳବୈଶାଖୀ ସମୟରେ ବଜ୍ରପାତରେ ଅନୁଗୋଳ ଜିଲାର ୪ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପୁରୁଣାକୋଟ ଥାନା ବାଘମୁଣ୍ଡା ଗ୍ରାମର ଅନାଦି ବେହେରା (୧୦), ସସ୍ମିତା ବେହେରା (୨୦), ଛେଣ୍ଡିପଦା ବ୍ଲକ ବଡ଼କେରଜାଙ୍ଗ ଗ୍ରାମର ଦୁଷ୍ମନ୍ତ ବେହେରା (୧୪) ଏବଂ କଣିହାଁ ବ୍ଲକ ଚନ୍ଦ୍ରବିଲ ଗ୍ରାମର ଧୀରେନ୍ଦ୍ର ବେହେରା। ଅନାଦି, ସସ୍ମିତା, ଦୁଷ୍ମନ୍ତଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଧୀରେନ୍ଦ୍ର କଣିହଁା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେହିପରି ବଅଁରପାଳ ବ୍ଲକ ଅପର୍ତ୍ତିପୁର ଅଞ୍ଚଳରେ ଗଛ ଡାଳ ଭଙ୍ଗି ପଡ଼ିବାରୁ ମାଳତି ଦାସ (୬୫)ଙ୍କ ଦୁଇଟି ଗୋଡ଼ ଭାଙ୍ଗିଯାଇଛି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ବେଣାଗାଡ଼ିଆର ପର୍ଶୁରାମ ସାହୁ ଏବଂ ଦର୍ପେଶ୍ୱର ପ୍ରଧାନଙ୍କ କୁକୁଡ଼ା ଫାର୍ମ ଭାଙ୍ଗି ମାଟିରେ ମିଶିଯାଇଥିବା ଜଣାପଡ଼ିଛି।
ସେହିପରି ଢେଙ୍କାନାଳ ଜିଲାର ପରଜଙ୍ଗ ଅଞ୍ଚଳରେ ଝଡ଼ତୋଫାନରେ ବ୍ୟାପକ କ୍ଷତି ହୋଇଛି। ଆଜବେଷ୍ଟସ୍‌, ଟାଇଲ ଘର ଉଡ଼ିଯାଇଛି। ବହୁ ଗୁହାଳ ଭାଙ୍ଗିଯାଇଛି। ବାରିହାପୁର ଢ଼ାବା ନିକଟରେ ଏକ ଚାକୁଣ୍ଡା ଗଛ ଉପୁଡ଼ି ୫୩ନଂ. ଜାତୀୟ ରାଜପଥ ଉପରେ ପଡ଼ିଥିଲା। ଫଳରେ ଦୀର୍ଘ ସମୟ ଯାଏ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସ୍ଥାନୀୟ ବାସିନ୍ଦା ଗଛ କାଟିବାରୁ ଯାତାୟାତ ସ୍ବାଭାବିକ ହୋଇଛି। ଝଡ଼ତୋଫାନରେ କଦଳୀ, ଆମ୍ବ ଗଛ ନଷ୍ଟ ହୋଇଯାଇଛି, ଯାହା ଚାଷୀଙ୍କ ଦୁଃଖ ବଢ଼ାଇଛି।
ଅନ୍ୟପଟେ ମୁଣ୍ଡଫଟା ଖରାରେ ଆଉଟୁପାଉଟୁ ହେଉଥିବା ଅଞ୍ଚଳବାସୀଙ୍କୁ କାଳବୈଶାଖୀ ସାମାନ୍ୟ ଆଶ୍ୱସ୍ତି ଦେଇଛି। ଦୀର୍ଘଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରଖିଥିବାବେଳେ ଅପରାହ୍ନରେ ହୋଇଥିବା ବର୍ଷା ପରିବେଶରେ ଭରିଛି ଶୀତଳତା। ତାପମାତ୍ରା ମଧ୍ୟ ସାମାନ୍ୟ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri