Categories: ଜାତୀୟ

ତାଜମହଲ ସୌନ୍ଦର୍ଯ୍ୟକୁ ଗର୍ଲଫ୍ରେଣ୍ଡଙ୍କ ସହ ଉପଭୋଗ କଲେ ଆମାଜନ୍‌ ସିଇଓ

ଆଗ୍ରା,୨୨।୧: ବିଶ୍ୱର ଧନଶାଳୀ ବ୍ୟକ୍ତି ତଥା ଇ-କମର୍ସ କମ୍ପାନୀ ଆମାଜନ୍‌ର ସିଇଓ ଜେଫ୍‌ ବେଜୋସ୍‌ ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ସେନ୍‌ସେଶନ ପାଲଟିଛି। ପ୍ରେମର ପ୍ରତୀକ କୁହାଯାଉଥିବା ତଥା ବିଶ୍ୱ ପ୍ରସିଦ୍ଧ ତାଜମହଲ ସହ ବେଜୋସ୍‌ ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ, ୫୬ ବର୍ଷୀୟ ବେଜୋସ୍‌ ତାଙ୍କ ଗର୍ଲଫେଣ୍ଡ ଲୋରେନ୍‌ ସାଞ୍ଚେଜଙ୍କ ସହ ଜାନୁୟାରୀ ୧୫ରେ ଭାରତ ଗସ୍ତରେ ଆସିଥିଲେ। ମଙ୍ଗଳବାର ବେଜୋସ୍‌ ଏକ ସ୍ବତନ୍ତ୍ର ବିମାନରେ କାଶୀରୁ ଆଗ୍ରାକୁ ଯାଇଥିଲେ। ଆଗ୍ରାରେ ପହଞ୍ଚିବା ପରେ ସେମାନେ ତାଜମହଲ ପରିଦର୍ଶନ କରି ତା’ର ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ। ଏହାର ମନୋରମ ଦୃଶ୍ୟକୁ ତୋଳି ଧରିବା ପାଇଁ ସେମାନେ ତାଜମହଲ ସାମ୍ନାରେ କେତେଗୁଡିଏ ଫଟୋ ଉଠାଇଥିଲେ। ଏହି ଫଟୋରେ ବେଜୋସ୍‌ ଓ ଲୋରେନ୍‌ ବେଶ୍‌ ଆକର୍ଷଣୀୟ ଦେଖାଯାଉଥିବା ବେଳେ ଏହା ଏବେ ଭାଇରାଲ ହେବାରେ ଲାଗିଛି।

Share