ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଜିତେନ୍ଦ୍ରଙ୍କ ୪ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । ଭୁବନେଶ୍ବର ବଡ଼ଗଡ଼ ଗୋପାଳୁଣି ନଗର, ବ୍ରିଟ କଲୋନୀ, ଖୋର୍ଦ୍ଧା ଓ ବାରଙ୍ଗ ତହସିଲ କାର୍ଯ୍ୟାଳୟରେ ଥିବା ଜିତେନ୍ଦ୍ରଙ୍କ ଚ୍ୟାମ୍ବରରେ ରେଡ ହୋଇଛି । ଏହି ଚାଉରେ ୪ ଜଣ ଡିଏସପି, ୭ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି ।
ଅନୁସନ୍ଧାନ ସମୟରେ,ଜିତେନ୍ଦ୍ରଙ୍କ ଭୁବନେଶ୍ୱରରେ ୨ଟି ବହୁମହଲା କୋଠା, ଉତ୍ତରା, ଭୁବନେଶରରେ ଗୋଟିଏ 2 BHK ଫ୍ଲାଟ ଏବଂ ଖୋର୍ଦ୍ଧା ଟାଉନରେ ଗୋଟିଏ ବହୁମହଲା କୋଠା, ୪ଟି ଉଚ୍ଚ ମୂଲ୍ୟର ପ୍ଲଟ, ୧୦୦ ଗ୍ରାମ ସୁନା, ନଗଦ ୬.୨୦ ଲକ୍ଷ ଟଙ୍କା, ଗୋଟିଏ ଚାରି ଚକିଆ (KIA ସେଲଟୋସ) ଏବଂ ୪ଟି ଦୁଇ ଚକିଆ ଯାନ ରହିଛି। ଆଗକୁ ଭୁବନେଶ୍ୱରର SBIରେ ଗୋଟିଏ ଲକର୍ ଖୋଲାଯିବା ବାକି ଅଛି। ବ୍ୟାଙ୍କ, ପୋଷ୍ଟାଲ ଜମା ଏବଂ ଅନ୍ୟାନ୍ୟ ନିବେଶ ଇତ୍ୟାଦି ନିର୍ଣ୍ଣୟ କରାଯାଉଛି। ୧୯୯୫ରେ ପଞ୍ଚାୟତ ସମ୍ପାଦକ ଭାବେ ମାସିକ ୨୨ ଶହ ଟଙ୍କାରେ ଚାକିରି ଆରମ୍ଭ କରିଥିଲେ ଜିତେନ୍ଦ୍ର।
Dharitri – Odisha’s No.1 Odia Daily


