ତହସିଲଦାରଙ୍କୁ ଚାଷୀଙ୍କ ଗୁହାରି

ପୁରୁଷୋତ୍ତମପୁର,୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଜୱାଦ ପ୍ରକୋପରେ ବର୍ଷା ଯୋଗୁ କ୍ଷେତରେ ପାଣିପଶି ଧାନ ଓ ଅନ୍ୟାନ୍ୟ ଫସଲ ମାନ ନଷ୍ଟ ହୋଇଯାଇଛି। ଗତ କିଛିଦିନ ତଳେ ଲଗାଣ ବର୍ଷାରେ କିଛି ନଷ୍ଟ ହୋଇଥିବା ବେଳେ ଯାହା ବଳକା ରହିଥିଲା ଜୱାଦ ସମ୍ପୂର୍ଣ୍ଣ ରୁପେ ନଷ୍ଟ କରିଦେଇଛି। ଏହାକୁ ନେଇ ସୋମବାର ବଡ ବରଗାଁ ସମେତ ବିଭିନ୍ନ ଅଞ୍ଚଳର ଚାଷୀ କ୍ଷତିଗ୍ରସ୍ତ ଧାନ କେଣ୍ଡାକୁ ନେଇ ତହସିଲଦାର ନିତିଶ କୁମାର ତ୍ରିପାଠୀଙ୍କୁ ଦେଖାଇ ସହାୟତା ଲାଗି ଗୁହାରି କରିଛନ୍ତି। ଏହାକୁ ନେଇ ତହସିଲଦାର ତ୍ରିପାଠୀଙ୍କ ସହ ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ ବିଭିନ୍ନ ଗ୍ରାମର ଚାଷ ଜମି ବୁଲି ଦେଖି କ୍ଷୟକ୍ଷତି ଆକଳନ କରୁଛନ୍ତି।