ତରମାକାନ୍ତ ଜଙ୍ଗଲରୁ ମିଳିଲା ହାତୀର ମୃତଦେହ

କେନ୍ଦୁଝର,୧୯।୨(ସ୍ବ.ପ୍ର.): ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଧିନସ୍ଥ ବାଂଶପାଳ ବ୍ଲକର ତରମାକାନ୍ତ ନିକଟ ଜଙ୍ଗଲରୁ ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଏହାକୁ ଦେଖି ବନ ବିଭାଗକୁ ଜଣାଇବା ପରେ ବନ ବିଭାଗ କର୍ମଚାରୀ ପ୍ରାଣୀ ଚିକିତ୍ସକଙ୍କ ସହିତ ଉକ୍ତ ସ୍ଥାନକୁ ଯାଇଛନ୍ତି। ସୁନ୍ଦରଗଡ଼ ଜିଲା ସୀମାନ୍ତରେ ଏହି ଜଙ୍ଗଲ ରହିଥିବାରୁ ବନ ବିଭାଗ ପହଞ୍ଚି ବାରେ ବିଳମ୍ବ ଘଟିଥିବା ଜଣାପଡ଼ିଛି। ବ୍ୟବଚ୍ଛେଦ ପରେ ହାତୀର ବୟସ ଓ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ରେଞ୍ଜର ମୁକ୍ତିକାନ୍ତ ପରିଡ଼ା କହିଛନ୍ତି।