ତମାଖୁ ସେବନ, ମହିଳାଙ୍କ ସ୍ବାସ୍ଥ୍ୟ

ସାରା ପୃଥିବୀରେ ମେ ୩୧ ତାରିଖ ଦିନ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଓ ତା’ର ସହଯୋଗୀ ରାଷ୍ଟ୍ରମାନେ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ପାଳନ କରିଥା’ନ୍ତି ା ଏହି ଦିନ ପ୍ରାୟ ୨୪ ଘଣ୍ଟା ପାଇଁ ତମାଖୁ ସେବନ ଓ ଧୂମପାନ ନ କରିବା ଲାଗି ସମସ୍ତଙ୍କୁ ଉତ୍ସାହିତ କରାଯାଇଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ତମାଖୁ ସେବନକୁ ସମାଜର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସମସ୍ୟା ବୋଲି ମନେକରନ୍ତି। କାରଣ ଏଥିପାଇଁ ପ୍ରାୟ ୫.୪ ନିୟୁତ ଲୋକ ମୃତ୍ୟୁବରଣ କରିଥା’ନ୍ତି ା ତମାଖୁ ସେବନ ବିରୋଧରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ା ୨୦୧୯ ପାଇଁ ଏହି ଦିବସର ବାର୍ତ୍ତା ହେଉଛି ‘ତମାଖୁ ସେବନ ଫୁସଫୁସ୍‌ର ସ୍ବାସ୍ଥ୍ୟ’ ା ଏହା ଫୁସଫୁସ ରକ୍ତକୁ ବିଶୁଦ୍ଧ କରିବା ସହ ମଣିଷକୁ ସୁସ୍ଥ ରଖିବା ପାଇଁ ନିଃଶ୍ୱାସରେ ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଳ ତ୍ୟାଗ କରିଥାଏ ଏବଂ ତମାଖୁ ସେବନ ଦ୍ୱାରା କ୍ରନିକ ରେସ୍‌ପିରେଟରୀ ଡିଜିଜ୍‌ ଯଥା ଶ୍ୱାସରୋଗ ଓ ଫୁସଫୁସ ସଂକ୍ରମଣ ଠାରୁ ଆରମ୍ଭ କରି କର୍କଟ ରୋଗ ହୋଇଥାଏ ା
ତମାଖୁ ସେବନ ଦ୍ୱାରା ଫୁସ୍‌ଫୁସ୍‌ରେ କ’ଣ ଅସୁବିଧା ହୋଇଥାଏ
ଫୁସ୍‌ଫୁସ୍‌ କର୍କଟ: ତମାଖୁ ସେବନ ଫୁସଫୁସ୍‌ କର୍କଟ ରୋଗର ମୁଖ୍ୟ କାରଣ ା ଏଥିପାଇଁ ଦୁଇ ତୃତୀୟାଂଶ କର୍କଟ ରୋଗୀ ମୃତ୍ୟୁବରଣ କରିଥା’ନ୍ତି ା ଘରେ ବା ବାହାରେ ନିଷ୍କ୍ରିୟ ଧୂମପାନ ବା ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଂ ଫୁସଫୁସ କର୍କଟ ରୋଗର ବିପଦ ବହୁମାତ୍ରାରେ ବଢିଯାଏ ା ଧୂମପାନ ବନ୍ଦ କରିବା ଦ୍ୱାରା ଏହି କର୍କଟ ରୋଗର ଆଶଙ୍କା କମିଯାଏ ା ପ୍ରାୟ ୧୦ ବର୍ଷ ଯାଏ ଧୂମପାନ ନ କଲେ କର୍କଟ ରୋଗର ଆଶଙ୍କା ଶତକଡା ୫୦ ଭାଗ କମିଯାଏ ା
କ୍ରନିକ ରେସ୍‌ପିରେଟୋରି ଡିଜିଜ୍‌ ବା ସିଓପିଡି ତମାଖୁ ସେବନ ଦ୍ୱାରା ଫୁସଫୁସର ଛୋଟ ଛୋଟ ବାୟୁ କୋଷରେ ପୂଯମିଶା ନାଳ ସୃଷ୍ଟି ହୋଇ କାଶ କଫ ଓ ନିଃଶ୍ୱାସ ନେବାରେ ଅସୁବିଧା ହୁଏ ା ଯେଉଁମାନେ ଅତି ଅଳ୍ପ ବୟସରେ ଧୂମପାନ କରିଥାଆନ୍ତି, ଏହାର ଧୂଅଁା ଫୁସ୍‌ଫୁସ୍‌କୁ ବିକଶିତ କରିବାରେ ବିଳମ୍ବ କରିଥାଏ ା ଶ୍ୱାସ ସଂକ୍ରମଣ ଓ ଶ୍ୱାସରୋଗ ତମାଖୁ ସେବନ କରିବା ଦ୍ୱାରା ବଢ଼ି ଯାଇଥାଏ ଏବଂ ଧୂମପାନ ଛାଡିଦେଲେ ଶ୍ୱାସରୋଗ କମିଯାଏ ା ଗର୍ଭାବସ୍ଥାରେ ଗର୍ଭବତୀ ମା’ ଧୂମପାନ କଲେ ବା ନିଷ୍କ୍ରିୟ ଧୂମପାନର ଶିକାର ହେଲେ, ଏଥିରେ ଥିବା ବିଷ ଯୋଗୁଁ ଗର୍ଭସ୍ଥ ଶିଶୁ ନିଜେ ବଢ଼ିପାରେ ନାହିଁ ଏବଂ ତା’ର ଫୁସଫୁସ ମଧ୍ୟ ବଢ଼େ ନାହିଁ ା ବେଳେବେଳେ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥାଏ ା
ମହିଳାମାନଙ୍କର ଧୂମପାନ ଯୋଗୁଁ ଉପୁଜୁଥିବା ରୋଗ: ନିଷ୍କ୍ରିୟ ଧୂମପାନ ଯୋଗୁଁ ଛୋଟ ଝିଅଟିର ମୁଣ୍ଡବ୍ୟଥା, କାଶ, ବାନ୍ତି, ମୁଣ୍ଡ ବୁଲାଇବା ଓ ଆଖିରେ ପାଣି ଜମିବା ଭଳି ରୋଗ ଦେଖାଦେଇଥାଏ ା
ମାସିକ ଋତୁସ୍ରାବରେ ଅନିୟମିତତା: କିଶୋରୀ ବୟସରେ ଧୂମପାନ କଲେ ଝିଅଟିର ରୁଗ୍‌ଣ ସ୍ବାସ୍ଥ୍ୟ ହୋଇଥାଏ, କାଶ ଓ ଶ୍ୱାସ ସାଙ୍ଗକୁ ଝିଅଟର ମାସିକ ଋତୁସ୍ରାବରେ ଅନିୟମିତତା ଏବଂ ମାନସିକ ଅବସାଦ ମଧ୍ୟ ଦେଖାଦେଇଥାଏ ା
ବନ୍ଧ୍ୟାଦୋଷ: ବିବାହିତା ମହିଳାମାନେ ଧୂମପାନ କଲେ ସେମାନଙ୍କର ବନ୍ଧ୍ୟାଦୋଷ ହୋଇଥାଏ ା ଯେଉଁ ସ୍ବାମୀମାନେ ୨୦ଟି ସିଗାରେଟରୁ ଅଧିକ ଧୂମପାନ କରନ୍ତି, ସେମାନଙ୍କର ପନତ୍ୀମାନଙ୍କର ଗର୍ଭଧାରଣ କ୍ଷମତା ଶତକଡା ୩୪ ଭାଗ କମିଯାଏ ା ଏହା ଦ୍ୱାରା ପୁରୁଷମାନଙ୍କର ଶୁକ୍ର ଓ ମହିଳାମାନଙ୍କ ଡିମ୍ବକୋଷରୁ ନିର୍ଗତ ହେଉଥିବା ଡିମ୍ବରେ ଅସ୍ବାଭାବିକତା ପରିଲକ୍ଷିତ ହୁଏ ା
ବାରମ୍ବାର ଗର୍ଭନଷ୍ଟ: ଯେଉଁ ମହିଳାମାନେ ଧୂମପାନ କରିଥା’ନ୍ତି, ସେମାନଙ୍କର ପ୍ରଥମ ୩ ମାସରେ ବାରମ୍ବାର ଗର୍ଭନଷ୍ଟ ହୋଇଥାଏ ା ଧୂମପାନରେ ପ୍ରାୟ ୪୦୦୦ ପ୍ରକାରର ବିଷ ଥାଏ ା ଏଥିରେ ନିକୋଟିନ ହେଉଛି ପ୍ରଧାନ ବିଷ। ଏହା ଗର୍ଭ ନଷ୍ଟ କରାଇଥାଏ। ଏହାଛଡା ଧୂମପାନ କରୁଥିବା ମହିଳାମାନଙ୍କର ଗର୍ଭସ୍ଥ ଶିଶୁଟି ଭଲ ଭାବେ ବଢିପାରେ ନାହିଁ ା ତେଣୁ ଅଳ୍ପ ଓଜନର ହୋଇଥାଏ ା ବେଳେବେଳେ ଶିଶୁଟି ବିକଳାଙ୍ଗ ହେବାର ମଧ୍ୟ ଆଶଙ୍କା ଥାଏ ା ଅନେକ ସମୟରେ ଅପରିଣତ ପ୍ରସବ ଓ ଗର୍ଭରେ ଶିଶୁମୃତ୍ୟୁ ହୋଇଥାଏ ା
ଧୂମପାନ କରୁଥିବା ମହିଳାମାନଙ୍କର ଶ୍ୱାସରୋଗ ଓ ହୃଦ୍‌ରୋଗ ହେବାର ଆଶଙ୍କା ଥିବାରୁ ପ୍ରସବ ସମୟରେ ଅସୁବିଧା ହୋଇଥାଏ ା ସିଜରିଆନ ଅସ୍ତ୍ରୋପଚାର ହେବାର ଆଶଙ୍କା ବେଶୀ ହୋଇଥାଏ ଏବଂ ପ୍ରସବ ପରେ ମଧ୍ୟ ଶୀଘ୍ର ସୁସ୍ଥ ହେବା ପାଇଁ ଅସୁବିଧା ହୋଇଥାଏ ା ଧୂମପାନ କରୁଥିବା ମହିଳାମାନଙ୍କର ଖୁବ୍‌ କମ୍‌ କ୍ଷୀର ହୋଇଥାଏ ା ତେଣୁ ସେମାନେ ଶିଶୁଟିକୁ ମଧ୍ୟ ସ୍ତନ୍ୟପାନ କରାଇ ପାରନ୍ତି ନାହିଁ।
ବୟସ୍କା ମହିଳା ଓ ଧୂମପାନ:
ଆମ ଦେଶ ଅପେକ୍ଷା ପାଶ୍ଚାତ୍ୟ ଦେଶରେ ବୟସ୍କା ମହିଳାମାନେ ବେଶି ଧୂମପାନ କରିଥା’ନ୍ତି। କାରଣ ସେମାନେ ନିଃସଙ୍ଗ ଜୀବନଯାପନ କରିଥା’ନ୍ତି, ମାନସିକ ଅବସର ଭୋଗିଥା’ନ୍ତି ଏବଂ ସେମାନଙ୍କର ଦାମ୍ପତ୍ୟ ମଧ୍ୟ ସୁଖକର ହୋଇ ନ ଥାଏ। ବେଳେବେଳେ ଏହି ମହିଳାମାନେ ନିଷ୍କ୍ରିୟ ଧୂମପାନର ଶିକାର ହୋଇଥା’ନ୍ତି। ଫଳରେ ସେମାନଙ୍କର ଖୁବ୍‌ଶୀଘ୍ର ଋତୁସ୍ରାବର ବିରତି ହୋଇଥାଏ (ଆର୍ଲି ମେନୋପଜ୍‌) । ହାଡ ପୋରିଆରୋଗ (୫ରୁ ୧୦ ପ୍ରତିଶତ ବେଶୀ), ଉଚ୍ଚ ରକ୍ତଚାପ, ସ୍ମୃତି ବିଭ୍ରମ (ଆଲ୍‌ଝିମର୍ସ) ହୃଦ୍‌ରୋଗ ଓ କର୍କଟ ରୋଗ ବେଶି ପରିମାଣରେ ହୁଏ।
ହୃଦ୍‌ଘାତ: ଧୂମପାନରେ ଥିବା ନିକୋଟିନ୍‌ ବା ବିଷ ହୃତ୍‌ସ୍ପନ୍ଦନ ବଢ଼ାଇଦିଏ, ତଦ୍ଦ୍ବାରା ହୃତ୍‌ପିଣ୍ଡକୁ ରକ୍ତ ସଂଚାଳନ ଠିକ୍‌ଭାବେ ହୋଇପାରେ ନାହିଁ। ରକ୍ତଚାପ ବଢ଼ିଯାଏ ତଥା ହୃତ୍‌ପିଣ୍ଡକୁ ରକ୍ତ ଯୋଗାଉଥିବା ଧମନୀ ଭିତରେ ରକ୍ତ ଜମାଟ ବାନ୍ଧିଯାଏ ଏବଂ କରୋନାରୀ ଧମନୀର ଆଭ୍ୟନ୍ତରୀଣ ପରଦାରେ ଥିବା ରକ୍ତ କୋଷଗୁଡିକ ନଷ୍ଟ ହୋଇଯାଏ। ତେଣୁ ହୃଦ୍‌ଘାତ ହୁଏ। ସେହିଭଳି ଧୂମପାନ ଓ ଉଚ୍ଚ ରକ୍ତଚାପ ଯୋଗୁଁ ମସ୍ତିଷ୍କାଘାତର ଆଶଙ୍କା ମଧ୍ୟ ବେଶୀ ବଢ଼ିଯାଏ।
କର୍କଟ ରୋଗ: ଧୂମପାନ କରୁଥିବା ମହିଳାମାନଙ୍କର ଫୁସ୍‌ଫୁସ୍‌ କର୍କଟ ରୋଗ ଓ ସ୍ତନ କର୍କଟ ରୋଗ ହେବାର ଆଶଂକା ଅଧିକ ଥାଏ। ଯେଉଁମାନେ ଦୋକ୍ତା ଓ ଗୁଣ୍ଡି ଖାଇଥା’ନ୍ତି ସେମାନଙ୍କ ପାଟିରେ କର୍କଟ ରୋଗ ହୋଇଥାଏ। ନାରୀଟିଏ, ମା’ଟିଏ ସାରା ପରିବାରର କେନ୍ଦ୍ରବିନ୍ଦୁ। ତା’ ଉପରେ ବର୍ତ୍ତମାନ ଓ ଭବିଷ୍ୟତ ବଂଶଧର ତଥା ପରିବାରର ସମସ୍ତେ ନିର୍ଭରଶୀଳ ହୋଇଥା’ନ୍ତି। ତେବେ ଏ କେନ୍ଦ୍ରବିନ୍ଦୁଟି ଯଦି ପ୍ରତ୍ୟକ୍ଷ ଭାବରେ ବା ପରୋକ୍ଷ ଭାବରେ ଧୂମପାନର ଶିକାର ହୋଇ ମୂଳ ଦଣ୍ଡଟିକୁ ଦୋହଲାଇ ଦିଏ, ତେବେ ସାରା ପରିବାର ଓ ସମାଜ କ’ଣ ଦୋହଲିଯାଇ, ସାରା ପୃଥିବୀରେ ୫ ବର୍ଷରୁ କମ୍‌ ବୟସର ୧ ଲକ୍ଷ ୫୦ ହଜାର ଶିଶୁ ବର୍ଷକୁ ନିଷ୍କ୍ରିୟ ଧୂମପାନ ଦ୍ୱାରା ମୃତ୍ୟୁବରଣ କରିଥା’ନ୍ତି।
ଯକ୍ଷ୍ମାରୋଗ: ଯକ୍ଷ୍ମାରୋଗ ଦ୍ୱାରା ଫୁସ୍‌ଫୁସ୍‌ର କାର୍ଯ୍ୟ କରିବାର ଶକ୍ତି କମିଯାଏ। ଏହା ଉପରେ ତମାଖୁସେବନ କଲେ ଫୁସ୍‌ଫୁସ୍‌ ସଂକ୍ରମଣ ବୃଦ୍ଧି ପାଇ ଖୁବ୍‌ଶୀଘ୍ର ମୃତ୍ୟୁ ହୋଇଥାଏ। ତମାଖୁସେବନ ଦ୍ୱାରା ବାୟୁ ପ୍ରଦୂଷଣ ବଢ଼ିଯାଏ। ଏଥିରେ ୭୦୦୦ କେମିକାଲ ଥାଏ ଏବଂ ତନ୍ମଧ୍ୟରୁ ୬୯ଟି କେମିକାଲ କର୍କଟ ରୋଗ କରିଥାଏ। ସାରା ପୃଥିବୀର ଧୂମପାନକାରୀ ବ୍ୟକ୍ତିଙ୍କ ମଧ୍ୟରୁ ୨୦% ହେଉଛନ୍ତି ମହିଳା। ୧୫୧ ଦେଶର ସଂଗୃହୀତ ତଥ୍ୟରୁ ଜଣାଯାଇଛି ଯେ, ପ୍ରାୟ ୭% କିଶୋରୀ ଧୂମପାନ କରିଥା’ନ୍ତି। ଆମ ଦେଶରେ ମହିଳା ଓ ଶିଶୁମାନେ ବିଶେଷ ଭାବରେ ନିଷ୍କ୍ରିୟ ଧୂମପାନର ଶିକାର ହୋଇଥା’ନ୍ତି। ବିଶ୍ୱ ତମାଖୁ ନିରୋଧ ଦିବସରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଧୂମପାନରୁ ଓ ତଜ୍ଜନିତ ବିପଦରୁ ମହିଳା ଓ ଶିଶୁମାନଙ୍କୁ ରକ୍ଷା କରିବା ସମାଜ ତଥା ଆମ ସମସ୍ତଙ୍କର କର୍ତ୍ତବ୍ୟ।
-ଡା. ସରୋଜିନୀ ଷଡ଼ଙ୍ଗୀ
ଲିଙ୍କ୍‌ ରୋଡ଼, କଟକ
ମୋ: ୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri