Categories: ମେଟ୍ରୋ

ତବଲା, ବୀଣାର ଫ୍ୟୁଜନରେ ମନ୍ଦିରର ଇତିହାସ

ଭୁବନେଶ୍ୱର, ୨୪ା୨ (ବ୍ୟୁରୋ): ୧୬୦ତମ ଏକାମ୍ର ପଦଯାତ୍ରା ରବିବାର ପୁରୁଣା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରିଜିଓନାଲ ଇନ୍‌ଷ୍ଟିଚ୍ୟୁଶନ ଅଫ୍‌ ଏଜୁକେଶନ (ଆରଆଇଇ)ର ୨୦ ବିଇଡି ଛାତ୍ରୀଛାତ୍ର ପଦଯାତ୍ରାରେ ସାମିଲ ହୋଇଥିଲେ। ଖ୍ରୀଷ୍ଟପୂର୍ବ ଦଶମ ଶତାବ୍ଦୀରେ ନିର୍ମିତ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ଏହି ଅବସରରେ ପୁରୁଣା ଭୁବନେଶ୍ୱରରେ ରହିଥିବା ଐତିହ୍ୟ ବିଷୟରେ ଛାତ୍ରୀଛାତ୍ରଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ପରେ ତବଲା ଓ ବୀଣାର ଫ୍ୟୁଜନ୍‌ରେ ପାଶ୍ଚାତ୍ୟ ପରମ୍ପରା ଓ ମନ୍ଦିରର ଇତିହାସ ଜାଣିବାକୁ ପାଇଥିଲେ ସେମାନେ।
ଐତିହ୍ୟ ପଦଯାତ୍ରୀମାନେ ପ୍ରଥମ ପରମେଶ୍ୱର ମନ୍ଦିର. ପରେ ବିନ୍ଦୁସାଗର ପୁଷ୍କରିଣୀ ଓ ଅନ୍ୟ ଐତିହାସିକ ସ୍ଥଳ ବୁଲିଥିଲେ। ପରେ ସେମାନେ ଅନନ୍ତ ବାସୁଦେବ ମନ୍ଦିର ଯାଇ ପ୍ରସାଦ ପ୍ରସ୍ତୁତି ବୁଲି ଦେଖିବା ସହ ସେବନ କରିଥିଲେ। କିପରି କେଉଁଥିରେ ପ୍ରସାଦ ପ୍ରସ୍ତୁତ ହେଉଛି ଓ କିପରି ଠାକୁରଙ୍କ ନିକଟରେ ଭୋଗ ଲାଗୁଛି ତାହା ସେବାୟତଙ୍କଠାରୁ ବୁଝିଥିଲେ। ଶେଷରେ ଧର୍ମଶାଳା ବୁଲିବ ସହ ପଦ୍ମଶ୍ରୀ ଇଲିଆନା ଚିତାରିସ୍ତ ଆର୍ଟ ଭିଜନ ଏକାଡେମୀ ବୁଲି ଦେଖିଥିଲେ। ଏକାଡେମୀରେ ପଦାଚାରୀଙ୍କ ପାଇଁ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକାମ୍ରକ୍ଷେତ୍ର ସହ ଜଡ଼ିତ ଥିବା ଓଡ଼ିଶୀ ନୃତ୍ୟର ଇତିହାସକୁ ପଦ୍ମଶ୍ରୀ ଇଲିଆନା ଚିତାରିସ୍ତ ବର୍ଣ୍ଣନା କରିଥିଲେ।