ତପନ ମିଶ୍ରଙ୍କୁ ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଦେଶର ପର୍ଯ୍ୟଟନ ଶିଳ୍ପକୁ ସର୍ବକାଳୀନ ଅବଦାନ ପାଇଁ  ଜଗତସିଂହପୁର ଜିଲା ନାରଦୀୟା ଗ୍ରାମରେ ଜନ୍ମିତ ତପନ କୁମାର ମିଶ୍ରଙ୍କୁ ୨୦୧୮ ମସିହା ପାଇଁ ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଜଣେ ସ୍ବୀକୃତିପ୍ରାପ୍ତ ଟୁରିଷ୍ଟ ଗାଇଡ୍‌ଭାବେ ମିଶ୍ର ଦୀର୍ଘ ୨୩ବର୍ଷ ଧରି କାର୍ଯ୍ୟ କରିଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କୁ ଭାରତର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇ ପ୍ରଶଂସା ସାଉଁଟିଛନ୍ତି। ୨୦୦୭ରୁ ୨୦୧୫ ମଧ୍ୟରେ ଦୀର୍ଘ ୯୬୫ ଦିନ ଧରି ଜଣେ ବେଲଜିୟମ ପର୍ଯ୍ୟଟକଙ୍କୁ ସାଙ୍ଗରେ ନେଇ ଓଡ଼ିଶାରୁ ଦେଶର ଅନ୍ୟ ୨୬ ରାଜ୍ୟକୁ ସ୍ଥଳଭାଗରେ ଯାତ୍ରା କରିବା ଭଳି ବିରଳ ଉପଲବ୍ଧି ତାଙ୍କର ରହିଛି। ୧୫ ରାଜ୍ୟକୁ ଏକାଧିକ ଥର ପର୍ଯ୍ୟଟକଙ୍କୁ ନେଇ ସ୍ଥଳପଥରେ ଯାତ୍ରା କରିବାସହ ୬୫୦ ପର୍ଯ୍ୟଟନସ୍ଥଳୀ ସେ ଗସ୍ତ କରିଛନ୍ତି। ଦେଶର ସଂସ୍କୃତି, ଐତିହ୍ୟ, ପ୍ରାକୃତିକ, ଦୁଃସାହସିକ ତଥା ଆଦିବାସୀ ପର୍ଯ୍ୟଟନର ପ୍ରଚାର ପ୍ରସାର କ୍ଷେତ୍ରରେ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ପର୍ଯ୍ୟଟନ ମନ୍ତ୍ରଣାଳୟ ତାଙ୍କୁ ସମ୍ମାନିତ କରିଛି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଶୁକ୍ରବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ ମିଳିତ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂସ୍ଥାର ମହାସଚିବ ଜୁରାବ ପୋଲୋଲି କାଶିବ୍ଲି ମିଶ୍ରଙ୍କୁ ଦେଶର ଶ୍ରେଷ୍ଠ ଟୁରିଷ୍ଟ ଗାଇଡ୍‌ ସମ୍ମାନରେ ସମ୍ମାନିତ କରିଥିଲେ। ତାଙ୍କ ସ୍ତ୍ରୀ ଜାଗୃତି ମହାନ୍ତି ଏହି ସମ୍ମାନ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବିମାନରୁ ହଜିଗଲା ଭାଜପା ଏମପିଙ୍କ ଲଗେଜ, ଏମପି କହିଲେ, ‘ଲଜ୍ଜାଜନକ, ମୋର ମୂଲ୍ୟବାନ…’

ନୂଆଦିଲ୍ଲୀ,୨୦।୨: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ପୁଣି ଥରେ ଏହାର ଖରାପ ସେବା ଏବଂ ଭୁଲ ପରିଚାଳନା ପାଇଁ ବିବାଦରେ ଫସିଛି। ସଦ୍ୟତମ ଘଟଣାରେ…

ଇସାରାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଦେଲେ ଟ୍ରମ୍ପ: ମୋଦିଙ୍କୁ ନେଇ…

ୱାଶିଂଟନ,୨୦।୨: ୱାଶିଂଟନରେ ଶାନ୍ତି ବୋର୍ଡର ଉଦଘାଟନୀ ଅଧିବେଶନରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି। ତାଙ୍କ ଭାଷଣ ସମୟରେ ଆମେରିକା…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri