ଢେଙ୍କାନାଳ ବନ୍ଦ ପାଳନ

ଢେଙ୍କାନାଳ ଅଫିସ,୧୪।୨ : ଢେଙ୍କାନାଳ ସହର କଲେଜ ବାଇପାସ୍‌ଠାରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ପାଳନ କରାଯାଇଛି। ଫଳରେ ୫୫ ନଂ. ଜାତୀୟ ରାଜପଥରେ ଯାନବାହନ ଅଟକି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।