ଢାଙ୍କୁଣୀ ନ ପକାଇ ବାଉଁଶ ବାନ୍ଧିଲା ବିଏମ୍‌ସି

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ଜୟଦେବ ବିହାର ଭିଲ୍ଲା ଛକ ନିକଟ ଡ୍ରେନ୍‌ରେ ଗୁରୁବାର ଭାସିଯାଇ ସାଲିଆସାହି ଆଦିବାସୀ ଗାଁର ଟି. ଆକାମ୍ମାଙ୍କ ମୃତ୍ୟୁ ଘଟିଥିଲା। ପରେ ଢାଙ୍କୁଣୀ ନ ଥିବା ଖୋଲା ଡ୍ରେନକୁ ସିଲ୍‌ କରାଯାଇଛି। ଡ୍ରେନର ଚତୁଃପାର୍ଶ୍ୱରେ ସିମେଣ୍ଟ କଂକ୍ରେଟ ସ୍ଲାବ ଓ ଢାଙ୍କୁଣୀ ନ ପକାଇ ବାଉଁଶ ବନ୍ଧା ଯାଇଛି। ନୂଆ କରି ନିର୍ମିତ ହୋଇଥିବା କଲଭର୍ଟର ଦୁଇପାର୍ଶ୍ୱ ରାସ୍ତାକୁ କଲଭର୍ଟର ଉଚ୍ଚତା ସହ ସମାନ କରାଯାଇଛି। ଏହି ରାସ୍ତାକୁ ଯାତାୟାତ କରିବା ଭଳି ହୋଇଛି। ଗୁରୁବାର ଘଟିଥିବା ଦୁର୍ଘଟଣା ପରେ ବିଏମ୍‌ସିର ଚେତା ଉଦୟ ହୋଇଛି। ଉକ୍ତ ଡ୍ରେନକୁ ଶୀଘ୍ର ସିଲ କରିବା ଲାଗି ବିଧାୟକ ସୁଶାନ୍ତ ରାଉତ ବିଏମ୍‌ସି କମିଶନରଙ୍କ ସହ ଆଲୋଚନା କରିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାଥମିକ ଭାବେ ଦୁର୍ଘଟଣାରୁ ରକ୍ଷା ପାଇବା ଲାଗି ବିଏମ୍‌ସି ପକ୍ଷରୁ ଏ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଡ୍ରେନେଜ୍‌ ଇଞ୍ଜିନିୟର ପ୍ରଦୀପ ସାଗର ଦୁରିଆ କହିଛନ୍ତି। ତେବେ ଏ ପରିପ୍ରେକ୍ଷୀରେ ଶନିବାର ବିଏମ୍‌ସିର କେତେଜଣ ଅଧିକାରୀଙ୍କ ସହ ସାଲିଆସାହିରେ ଥିବା ୫ଟି ଓ୍ବାର୍ଡର ଓ୍ବାର୍ଡ ଅଫିସର ଉକ୍ତ ସ୍ଥାନକୁ ଗସ୍ତ କରିବା ସହ ଆବଶ୍ୟକ କାର୍ଯ୍ୟର ରିପୋର୍ଟ ଉପରୋକ୍ତ ରିପୋର୍ଟ ଦେଇଥିଲେ। ରିପୋର୍ଟ ପ୍ରଦାନ କରିବା ପରେ ବିଏମ୍‌ସି ପକ୍ଷରୁ ସେଠାରେ ପ୍ରଥମେ ବାଉଁଶ ବନ୍ଧା ଯାଇ ଯାତାୟାତ ନ କରିବା ଲାଗି ପ୍ରତିବନ୍ଧକ ଲଗାଯାଇଛି।
ଆଉ ଯେପରି ଅନ୍ୟ କେଉଁଠି ଦୁର୍ଘଟଣା ନ ଘଟିବ, ସେଥିପ୍ରତି ବିଏମ୍‌ସି ପକ୍ଷରୁ ଧ୍ୟାନ ଦିଆଯିବା ସହ ଏବେ ସହରର ପ୍ରତ୍ୟେକ ଡ୍ରେନରେ ସ୍ଲାବ ବା ଢାଙ୍କୁଣୀ ପଡ଼ିବ ବୋଲି ପ୍ରକାଶ ପାଇଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଖୋଲା ଡ୍ରେନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି। ସିଟି ଇଞ୍ଜିନିୟର ଦେବ ସୁନ୍ଦର ମହାପାତ୍ର, ଡ୍ରେନେଜ ବିଭାଗୀୟ ଇଞ୍ଜିନିୟର ଦୁରିଆଙ୍କ ନେତୃତ୍ୱରେ ଏ ନେଇ କାର୍ଯ୍ୟ ଜାରି ରହିଛି ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସ୍ଲାବ ପଡ଼ିବା ଲାଗି କେତେ କ’ଣ ଖର୍ଚ୍ଚ ହେବ ସେନେଇ କିଛି ଆକଳନ କରାଯାଇ ନ ଥିବା ବେଳେ ସହରର କେତେ କିମି ଡ୍ରେନରେ ସ୍ଲାବ ପଡ଼ିବ ଜଣାପଡ଼ିବା ପରେ ବ୍ୟୟ ବରାଦ ସ୍ଥିର କରାଯିବ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।
ଉଲ୍ଲେଖଥାଉ କି, ବିଏମ୍‌ସିର ଖାମଖିଆଲ ମନୋଭାବ ପାଇଁ ଗତ ଗୁରୁବାର ସାଲିଆସାହିରେ ବୃଦ୍ଧା ଟି. ଆକାମ୍ମାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଭିଲ୍ଲା ଛକରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ରାସ୍ତାରୋକୋ କରିଥିଲେ। ପରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୨ଲକ୍ଷ ଓ ସ୍ଥାନୀୟ ବିଧାୟକ ଏକ ଲକ୍ଷ ୧୦ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri