Categories: ବାଣିଜ୍ୟ

ଡ.ସୁଭାଷ ଚନ୍ଦ୍ର ନାୟକଙ୍କୁ ‘ଶିକ୍ଷାବିକାଶ ସମ୍ମାନ’

ଭୁବନେଶ୍ୱର,୨୩।୧୨:ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ନିସ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ପ୍ରତିଷ୍ଠାତା ଡ.ସୁଭାଷ ଚନ୍ଦ୍ର ନାୟକଙ୍କୁ ନିକଟରେ ‘ଶିକ୍ଷାବିକାଶ ସମ୍ମାନ’ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା ଜିଲା ମହୋସତ୍ବ-୨୦୨୨ ପରିପ୍ରେକ୍ଷୀରେ ଆୟୋଜିତ ସମ୍ମାନ ଉତ୍ସବରେ ଡ. ନାୟକଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଉକ୍ତ ସମ୍ମାନ ପ୍ରଦାନ କରିଥିଲେ। ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ‘ଶିକ୍ଷାବିକାଶ ସମ୍ମାନ’ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
ସେହିଭଳି ବିଶିଷ୍ଟ ସାମାଜକ କର୍ମୀ ତଥା ଶିକ୍ଷାବିତ୍‌ ଡ. ନାୟକ ଦୀର୍ଘ ୨୩ ବର୍ଷ ଧରି ଶିକ୍ଷାକ୍ଷେତ୍ରରେ ଅନେକ ବୈପ୍ଲବିକ ପରିବର୍ତ୍ତନ ଆଣିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି। ସୂଚନାଯୋଗ୍ୟ, ନିସ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ପ୍ରତିଷ୍ଠାତାଙ୍କ ତତ୍ତ୍ୱାବଧାନରେ ୨ଗୋଟି କ୍ୟାମ୍ପସ ଯଥା ମଦନପୁରଠାରେ ଆଇଟି ଓ ମ୍ୟାନେଜମେଣ୍ଟ କୋର୍ସ ଚାଲୁଥିବା ବେଳେ ଛତାବରଠାରେ ଇଞ୍ଜିନିୟରିଂ ଓ ଡିପ୍ଲୋମା କୋର୍ସର ଶିକ୍ଷା ପ୍ରଦାନ କରାଯାଉଛି ବୋଲି ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ପୀତାମ୍ବର ଚୟନୀ ମତପ୍ରକାଶ କରିଛନ୍ତି।

Share