Categories: ବାଣିଜ୍ୟ

ଡ୍ୟୁକ୍‌ର ନୂଆ ଟି-ଶାର୍ଟ କଲେକ୍ସନ

ଭୁବନେଶ୍ୱର,୨୮-୬: ଡ୍ୟୁକ୍‌ ଫ୍ୟାଶନ୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ନୂଆ ମର୍ସିରାଇଜଡ୍‌ କଟନ ଟି-ସାର୍ଟ କଲେକଶନ ୨୦୧୯ ବଜାରରେ ଉପଲବ୍ଧ ହେଉଛି। ଏହା ଡିଜାଇନ ଏବଂ ଷ୍ଟାଇଲ ଦୃଷ୍ଟିରୁ ବେଶ୍‌ ଆକର୍ଷଣୀୟ ହୋଇଥିବା ବେଳେ ସ୍ବତନ୍ତ୍ର ଫ୍ୟାବ୍ରିକରେ ଏହା ପ୍ରସ୍ତୁତ ହୋଇଛି। କାଜୁଆଲ ଲୁକ ପ୍ରଦାନ କରିବା ଦିଗରେ ଏହା ସହାୟକ ହୋଇ ପାରିବ। ଏଥିରେ ପ୍ରଡକ୍ଟର ଗୁଣବତ୍ତାକୁ ଧ୍ୟାନରେ ରଖାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ଏହି ନୂତନ ରେଞ୍ଜର ପୋଷାକ ୧୨୪୯ ଟଙ୍କାରୁ ଆରମ୍ଭ ହେଉଛି। କଲେକ୍ସନଗୁଡିକ ଡ୍ୟୁକର ଏକ୍ସକ୍ଲୁସିଭ ଶୋ’ରୁମ, ପ୍ରମୁଖ ମଲ୍ଟି ବ୍ରାଣ୍ଡ ଆଉଟଲେଟ ଏବଂ ଅନ୍‌ଲାଇନ ଶପିଂ ପୋର୍ଟାଲଗୁଡିକରେ ଉପଲବ୍ଧ ହେବ। ଗୁଣବତ୍ତା ଫ୍ୟାଶନ ସାମଗ୍ରୀ ଉପଲବ୍ଧ କରାଇବା ଲାଗି କମ୍ପାନୀ ରାଷ୍ଟ୍ରପତି ପୁରସ୍କାର ସହ ୩ ଜାତୀୟ ପୁରସ୍କାର ପାଇଛି। ଏହା ଆମେରିକାରେ ଭାରତୀୟ ପାଓ୍ବାର ବ୍ରାଣ୍ଡ ଭାବେ ପୁରସ୍କୃତ ହୋଇଛି। ୩୬୦ ସ୍ବତନ୍ତ୍ର କମ୍ପାନୀ ଷ୍ଟୋର, ୪୦୦୦ରୁ ଉର୍ଦ୍ଧ୍ୱ ମଲ୍ଟି ବ୍ରାଣ୍ଡ ଷ୍ଟୋର, ପ୍ରମୁଖ ଚେନ୍‌ ଷ୍ଟୋରରେ କମ୍ପାନୀ ଏହାର ପ୍ରଡକ୍ଟ ଉପଲବ୍ଧ କରାଉଛି।

Share