Categories: ଜାତୀୟ

ଡ୍ୟାନ୍ସିଂ ଡାକ୍ତରଙ୍କ ଭିଡିଓ ଭାଇରାଲ

ବିଶାଖାପଟନମ୍‌,୨୦।୮:ପ୍ରତିଭା ଆଗରେ ହାର୍‌ ମାନିଲା ବୟସ। ପରିଣତ ବୟସରେ ପହଞ୍ଚିି ମଧ୍ୟ ଏପରି ଡ୍ୟାନ୍ସ କରିଛନ୍ତି ଜଣେ ବ୍ୟକ୍ତି, ଯେ କି ରାତାରାତି ପାଲଟିଯାଇଛନ୍ତି ସୋସିଆଲ ମିଡିଆର ଷ୍ଟାର। ବ୍ୟକ୍ତି ଜଣକ ହେଉଛନ୍ତି ବିଶାଖାପଟନମର ଜଣେ ଡାକ୍ତର ଜି.ସୂର୍ଯ୍ୟନାରାୟଣ। ସ୍ବାଧୀନତା ଦିବସରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ତେଲୁଗୁ ଅଭିନେତା ଏ. ନାଗେଶ୍ୱର ରାଓଙ୍କ ଫିଲ୍ମର ଏକ ପ୍ରସିଦ୍ଧ ଗୀତରେ ଡ୍ୟାନ୍ସ କରିଥିଲେ। ତାଙ୍କ ନାଚ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ସେ ଅବିକଳ ନାଗେଶ୍ୱରଙ୍କ ଭଳି ଡ୍ୟାନ୍ସ କରୁଥିବା ୟୁଜର୍ସ କହିଛନ୍ତି। ଏହି ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ସୂର୍ଯ୍ୟନାରାୟଣ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ କହିଛନ୍ତି, ମୁଁ ନାଗେଶ୍ୱରଙ୍କ ବଡ ଫ୍ୟାନ୍‌। ସୂର୍ଯ୍ୟନାରାୟଣ ବିଶାଖାପଟନମ୍‌ରେ କିଙ୍ଗ ଜର୍ଜ ହସ୍ପିଟାଲରେ ଡର୍ମେଟୋଲୋଜୀ ବିଭାଗରେ ସହାୟକ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟପ୍ରଦେଶର ଜଣେ ପ୍ରଫେସରଙ୍କ ଡ୍ୟାନ୍ସ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା।

Share