Categories: ଫୁରସତ

ଡ୍ରୋନ୍‌ ଲାଗିଥିବା ଛତା: ମୁଣ୍ଡ ଯୁଆଡ଼େ ଛତା ଯିବ ସିଆଡ଼େ

ଖରା, ବର୍ଷାର ଭରସା ଛତା। ହେଲେ ବେଶି ସମୟ ଏହାକୁ ଧରିଲେ ହାତ କାଟିଥାଏ। ଏବେ ଏହି ସମସ୍ୟା ଆଉ ରହିବନି। କାରଣ ଆସିଯାଇଛି ଏମିତି ଏକ ଛତା ଯାହାକୁ ଧରିବାକୁ ପଡ଼ିବ ନାହିଁ। ଆଉ ଆପଣଙ୍କ ମୁଣ୍ଡ ଯେଉଁଠି ରହିବ ଛତା ତା’ ଉପରକୁ ଆପେ ଚାଲିଯିବ। ଏହା ସବୁବେଳେ ମୁଣ୍ଡ ଉପରେ ଘୂରି ବୁଲୁଥିବା ଦେଖିବାକୁ ମିଳିବ।

ଏହାର ଆଉ ଏକ ବିଶେଷତ୍ୱ ହେଉଛି ଯେ, ବାଇକ୍‌ ଚଳାଇବାବେଳେ ଓ ତୀବ୍ର ବେଗରେ ପବନ ହେଉଥିବା ସମୟରେ ବି ଏହାକୁ ବ୍ୟବହାର କରିପାରିବେ। ଏହା ସବୁବେଳେ ସାଙ୍ଗରେ ରହିବ। ତେବେ ଏହା ସମ୍ଭବ ହେଉଛି ଉକ୍ତ ଛତାରେ ଲାଗିଥିବା ଡ୍ରୋନ୍‌ ପାଇଁ, ଯାହାକୁ ମୋବାଇଲ ଦ୍ୱାରା ନିୟନ୍ତ୍ରଣ କରାଯାଇଥାଏ। ଏହାକୁ ତିଆରି କରିଛି ଜାପାନର ପ୍ଲାଷ୍ଟିକ କମ୍ପାନୀ ଅଶାହି ପାଓ୍ବାର ସର୍ଭିସେସ୍‌। ହେଲେ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହା ସମ୍ଭବ ନ ହୋଇପାରେ ବୋଲି ମଧ୍ୟ ଅନେକେ ମତ ପ୍ରଦାନ କରୁଛନ୍ତି।

Share