ଡ୍ରେସ କୋଡ ପରିବର୍ତ୍ତନ ନେଇ ଅସନ୍ତୋଷ : ଜିଲାପାଳଙ୍କୁ ଭେଟିଲେ ଛାତ୍ର ପ୍ରତିନିଧି ଦଳ

ଭବାନୀପାଟଣା,୧୧।୮(ଡି.ଏନ.ଏ.)
ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଶନିବାର ଛାତ୍ର ପ୍ରତିନିଧି ଦଳ କଳାହାଣ୍ଡି ଜିଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କୁ ସାକ୍ଷାତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦଳେଇ ଚଳିତ ଶିକ୍ଷାବର୍ଷରୁ ସ୍ନାତକ ଓ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ କଲେଜ ପୋଷକ ପରିବର୍ତ୍ତନର ନିଷ୍ପତ୍ତି ନେଇ ଗତ ୭ ଅଗଷ୍ଟରେ କପଡାର ନମୁନା ସହ ଏକ ନୋଟିସ ଜାରି କରିଛନ୍ତି। ଏଥିପାଇଁ ଅଧ୍ୟକ୍ଷ ଇସି କମିଟିର ଅନୁମୋଦନ, ଷ୍ଟାଫ କାଉନସିଲର ରିଜୋଲ୍ୟୁସନ କିମ୍ବା ଆଲୁମିନି ସହ କୌଣସି ଆଲୋଚନା କରିନାହାନ୍ତି ବୋଲି ପୁରାତନ ଛାତ୍ର ସଂଘ ଅଭିଯୋଗ କରିଛି। ଏ ନେଇ ପୁରାତନ ଛାତ୍ର ସଂଘ ପକ୍ଷରୁ ପୂର୍ବତନ ଛାତ୍ର ସଂସଦ ସଭାପତି ଅବିନାଶ ଠାକୁର, ଯୁବନେତା ମଣ୍ଟୁ ନାଏକ, ଅଜିତ ସାହୁ, ଛାତ୍ରନେତା କେ. ପ୍ରବୀଣ କୁମାର, ଅଶିଷ ମହାପାତ୍ର, ଶିବାନନ୍ଦ ସାହୁ, ସୂର୍ଯ୍ୟ କୁମାର, ସୂରଜ ଅଗ୍ରୱାଲ, ଉକତ୍ଳ ହରପାଲ ପ୍ରମୁଖ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ପୁରୁଣା ଡ୍ରେସକୋଡକୁ ଲାଗୁ କରିବା ପାଇଁ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ତରବରିଆ ଭାବେ ଅଧ୍ୟକ୍ଷ ଏକଚାଟିଆ ବାବେ ନିଷ୍ପତ୍ତି ନେଇ ପୋଷାକ ପରିବର୍ତ୍ତନର ଆବଶ୍ୟକତା କାହିଁକି ପଡିଲା ତାହା ଏବେ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ସେହିଭଳି କଲେଜ ପରିସରରେ ଜଣେ ବ୍ୟବସାୟୀଙ୍କୁ ପୋଷାକ ବିକ୍ରି ପାଇଁ ମୌଖିକ ଅନୁମତି ଦିଆଯିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି, ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଓଡିଶା ଗେଜେଟ ନୋଟିଫିକେସନ ଶୀଘ୍ର ପ୍ରକାଶ କରିବା, ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ, ହଷ୍ଟେଲଗୁଡ଼ିକ ମରାମତି କରିବା ଆଦି ଦାବି ନେଇ ଉଚ୍ଚ ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଭବାନୀପାଟଣା,୨୦।୨(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଶୁକ୍ରବାର…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ପୁରୁଣା ସୁନାକୁ ନୂଆ ଭଳି କରିବା ବାହାନାରେ ସୁନା ଚୋରି, ୬ ମହିଳାଙ୍କୁ କୋର୍ଟ ଚାଲାଣ କଲା…

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଅଞ୍ଚଳରେ ସୁନା ଚୋରି ମାମଲାରେ ବୁଧବାର ବିଶ୍ୱନାଥପୁର ଥାନା ପୋଲିସ ୬ ମହିଳାଙ୍କୁ ଗିରଫ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri