ଡ୍ରେନେଜ ବ୍ୟବସ୍ଥା ଫେଲ୍‌, ସହର ଜଳମଗ୍ନ

ଭଦ୍ରକ ଅଫିସ, ୨୭।୯ – ଭଦ୍ରକ ପୌରାଞ୍ଚଳର ଖାଲୁଆ ଅଞ୍ଚଳ ଏବେ ଜଳମଗ୍ନ। ଲଗାଣ ବର୍ଷା କାରଣରୁ ସହରର ଖାଲୁଆ ଅଞ୍ଚଳ ରାସ୍ତାଘାଟରେ ପାଣି ଜମି ରହି ଯାତାୟାତରେ ବାଧା ସୃଷ୍ଟି କରୁଛି। ଡ୍ରେନେଜ୍‌ ଅବ୍ୟବସ୍ଥା ଯୋଗୁ ବର୍ଷାପାଣି ଠିକ୍‌ ଭାବେ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ରାସ୍ତା ଉପରେ କେଉଁଠି ଫୁଟେ ପାଣି ତ ଅନ୍ୟ କେଉଁଠି ୨ ଫୁଟର ପାଣି ଜମି ରହିଛି। ଡ୍ରେନ ପାଣି ସହ ବର୍ଷା ପାଣି ମିଶିଯାଇ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ସହରରେ ଥିବା ନେହେରୁ ଷ୍ଟାଡିୟମ କଥା ନ କହିବା ଭଲ। ଷ୍ଟାଡିୟମ୍‌ ସମ୍ମୁଖରେ ଅର୍ଦ୍ଧନିର୍ମିତ ଡ୍ରେନ୍‌ କାରଣରୁ ବର୍ଷାପାଣି ଜମି ରହି ଏବେ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଫଳରେ ଦୀର୍ଘମାସ ଧରି କ୍ରୀଡ଼ା ଅଭ୍ୟାସ କରି ଆସୁଥିବା ଯୁବଗୋଷ୍ଠୀ ଏବେ ହତାଶ ହୋଇଛନ୍ତି।
ପୌରପାଳିକାର ୫ ନମ୍ବର ୱାର୍ଡ ଚରମ୍ପା କଣ୍ଟାପାଳ ରାସ୍ତା ଜଳମଗ୍ନ ହୋଇଛି। ୩ଦିନ ହେଲା ରାସ୍ତାରୁ ପାଣି ଶୁଖୁନାହିଁ କି ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ। ସ୍କୁଲ ପିଲା ଓ ସ୍ଥାନୀୟ ବାସିନ୍ଦା ଏହି ପାଣିରେ ପଶି ଯାତାୟାତ କରୁଛନ୍ତି। ପୌରପାଳିକା ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ୱାର୍ଡ ବାସିନ୍ଦା ଅଭିଯୋଗ କରିଛନ୍ତି। ରାସ୍ତା ଉପରେ ବର୍ଷାପାଣି ସାଙ୍ଗକୁ ନର୍ଦ୍ଦମା ପାଣି ଜମି ରହିବା ଦ୍ୱାରା ଦୁର୍ଗନ୍ଧ ଓ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହି ଅପରିଷ୍କାର ପାଣିରେ ପଶି ଯିବାଆସିବା କରିବା ଦ୍ୱାରା ବିଭିନ୍ନ ଚର୍ମରୋଗରେ ଆକ୍ରାନ୍ତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ୱାର୍ଡ ବାସିନ୍ଦା ପ୍ରତିକ୍ରିୟା ରଖିଛନ୍ତି। ସେହିପରି ସହରର ସନ୍ଥିଆ, ନଙ୍ଗାମହଲା, ଚନ୍ଦନବଜାର, ଜାନୁଗଞ୍ଜ, ଆଚାର୍ଯ୍ୟବିହାର, ସାମରାଇପୁର, କୁଆଁସ, ସୁଇପର୍‌କଲୋନୀ, ଅପର୍ତ୍ତିବିନ୍ଧା ନୂଆକଲୋନୀ, କୋର୍ଟ ପରିସର ଓ ଚରମ୍ପା ଆଖପାଖ ଅଞ୍ଚଳ ମୁଖ୍ୟରାସ୍ତାରେ ବର୍ଷାପାଣି ଜମି ରହିଛି। ପୌରପାଳିକା ପକ୍ଷରୁ ସ୍ଥାୟୀ ବ୍ୟବସ୍ଥା କରାଯାଉ ନ ଥିବାରୁ ବର୍ଷାଦିନ ଆସିଲେ ଏହି ସବୁ ଅଞ୍ଚଳର ଲୋକ ନାନା ସମସ୍ୟା ଭୋଗୁଛନ୍ତି। ବର୍ଷା ସମୟରେ କୃତ୍ରିମ ବନ୍ୟାରୁ ରକ୍ଷା ପାଇଁ ସହରର ବହୁ ବୁଦ୍ଧିଜୀବୀ ତଥା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବହୁବାର ପ୍ରଶାସନ ନିକଟରେ ସ୍ଥାୟୀ ସମାଧାନ ଦାବି କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ଥିବା ଅଭିଯୋଗ ହୋଇଛି। ଫଳରେ ବର୍ଷା ହେଲେ ଏଭଳି ସମସ୍ୟା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ବ୍ୟବସ୍ଥା କରାଯାଉ ବୋଲି ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri