‘ଡ୍ରିମ୍‌ ଗର୍ଲ’ର ଟ୍ରେଲର ଲଞ୍ଚ୍‌

ମୁମ୍ବାଇ: ଏକ୍‌ତା କପୁରଙ୍କ ପ୍ରଯୋଜନାରେ ନିର୍ମାଣ ହେଉଥିବା ରୋମାଣ୍ଟିକ୍‌ କମେଡି ଫିଲ୍ମ‘ଡ୍ରିମ୍‌ ଗର୍ଲ’ରେ ଅଭିନୟ କରୁଛନ୍ତି ଆୟୁଷ୍ମାନ ଖୁରାନା। ସେ ଜଣେ ଜାତୀୟ ପୁରସ୍କାର ବିଜୟୀ କଳାକାର ହୋଇଥିବାରୁ ତାଙ୍କୁ ପ୍ରଶଂସା କରିବାରେ ଏକ୍‌ତା ଶତମୁଖ। ଉକ୍ତ ଫିଲ୍ମର ଟ୍ରେଲର ଲଞ୍ଚ୍‌ ବେଳେ ଏକ୍‌ତା କହିଛନ୍ତି, ସ୍କ୍ରିପ୍ଟ ଶୁଣିବା ପରେ ଅନୁଭବ କଲି ଯେ, ମୁଖ୍ୟ ଚରିତ୍ର ପାଇଁ ଆୟୁଷ୍ମାନ୍‌ ହିଁ ଉପଯୁକ୍ତ। ନିର୍ଦ୍ଦେଶକ ରାଜ ଶାଣ୍ଡିଲ୍ୟଙ୍କୁ ମଧ୍ୟ ସ୍କ୍ରିପ୍ଟ ଶୁଣାଇ ଦିଆଯାଇଛି। ଆୟୁଷ୍ମାନ୍‌ ତାଙ୍କର ମହିଳାଙ୍କ ଭଳି ସ୍ବର ପରିବର୍ତ୍ତନ ପାଇଁ ଉପଯୁକ୍ତ ବୋଲି ନିର୍ଦ୍ଦେଶକ ମନେକରୁଛନ୍ତି। ଏକ୍‌ତାଙ୍କ ବାଲାଜି ମୋସନ୍‌ ପିକ୍ଚର୍ସର ସହ ପ୍ରଯୋଜନାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ଆୟୁଷ୍ମାନ ଏକ ପୁରୁଷ ଚରିତ୍ରରେ ଅଭିନୟ କରିଲେ ବି ମହିଳାଙ୍କ କଣ୍ଠସ୍ବରରେ କଥା କହିବା ସହିତ ତାଙ୍କର ଆକ୍ସନ ମଧ୍ୟ ହାସ୍ୟୋଦ୍ଦୀପକ ହେବ।
ଆୟୁଷ୍ମାନ ମଧ୍ୟ ଜଣେ ମହିଳା ସ୍ବରରେ କହିବାରେ କି ପ୍ରକାର ଅନୁଭୂତି ହାସଲ କରୁଛନ୍ତି ତାହାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ‘ଡ୍ରିମ୍‌ ଗର୍ଲ’ର ନିର୍ଦ୍ଦେଶନା ଦେଉଛନ୍ତି ରାଜ ଶାଣ୍ଡିଲ୍ୟ। ଏଥିରେ ନୁଶରତ ଭାରୁଚା, ମନଜୋତ ସିଂ ଏବଂ ଅଭିଷେକ ବାନାର୍ଜୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ରୋମାଣ୍ଟିକ୍‌-କମେଡି ଫିଲ୍ମ ସେପ୍ଟେମ୍ବର୧୩ରେ ରିଲିଜ ହେବାର ଅଛି।

Share