Categories: ଫୁରସତ

ଡ୍ରାମା ଅଫ୍‌ ନେଚର

ନୂଆଦିଲ୍ଲୀ: ସାପ ଉପରେ ବେଙ୍ଗ। ଏମିତି ଏକ କଥା ଶୁଣିବା ମାତ୍ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ। କାହିଁକିନା ଜଣେ ଖାଦ୍ୟ ଆଉ ଜଣେ ଖାଦକ। ଏମିତି ଏକ ସମ୍ପର୍କର ଦୁଇଟି ଜୀବଙ୍କୁ ଏକାଠି ଦେଖିବା ନିହାତିଭାବେ ଆଶ୍ଚର୍ଯ୍ୟର କଥା। ମାତ୍ର ଅନେକ ସମୟରେ ପ୍ରକୃତିର ଏଭଳି ବିଚିତ୍ର ଦୃଶ୍ୟ ଆମକୁ ଯେତିକି ଆମୋଦିତ କରେ ସେତିକି ଆଚମ୍ବିତ ବି କରିଥାଏ। ଏଭଳି ଏକ ଘଟଣାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌ ଅଫିସର ସୁଶାନ୍ତ ନନ୍ଦ ଏହି ଭିଜୁଆଲକୁ ପୋଷ୍ଟ କରି ଏହାର କ୍ୟାପସନ୍‌ରେ ଲେଖିଛନ୍ତି ‘ଡ୍ରାମା ଅଫ୍‌ ନେଚର’ ବା ପ୍ରକୃତିର ବୈଚିତ୍ର୍ୟ।
ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓଟି ମାତ୍ର ୮ ସେକେଣ୍ଡର। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ସାପ ଚାଲୁଥିବାବେଳେ ତା ଉପରେ ଏକ ବେଙ୍ଗ ବେଶ୍‌ ଆରାମରେ ବସିଛି। ବେଙ୍ଗଟି ଆଦୌ ବିଚଳିତ ନ ହୋଇ ନିଜକୁ ସାପ ଉପରେ ବସିବା ନେଇ ସୁନ୍ଦ ଭାବରେ ଆଡଜଷ୍ଟ କରି ନେଉଛି। ସାପର ମୁଖ୍ୟ ଖାଦ୍ୟ ବେଙ୍ଗର ନିର୍ଭିକତାକୁ ଦେଖିବା ଲୋକଙ୍କ ପାଇଁ ବେଶ୍‌ ଉତ୍ସାହପୂର୍ଣ୍ଣ। ଖାଦ୍ୟ ଓ ଖାଦକର ଏହି ସମ୍ପର୍କ କେତେ ସମୟ ତିଷ୍ଟି ରହିବ ତାହା ଭିନ୍ନ କଥା। କିନ୍ତୁ ଭିଜୁଆଲଟି ଏବେ ଲୋକଙ୍କୁ ଖୁବ୍‌ ପସନ୍ଦ ହୋଇଛି। ବହୁ ସଂଖ୍ୟାରେ ଲୋକେ ଏହି ଭିଡିଓକୁ ଦେଖିବା ସହିତ ଏହାକୁ ନେଇ ରିଟୁଇଟ୍‌ ବି କରୁଛନ୍ତି। ଭିଜୁଆଲକୁ ନେଇ ଲୋକଙ୍କ କମେଣ୍ଟ ମଧ୍ୟ ରହିଛି ବେଶ୍‌ ମଜାଦାୟକ।

Share