ଡୋର୍‌ରେ ଦଉଡ଼ି ଭିଡ଼ି ଜରୁରୀ ସେବା

ବଇଣ୍ଡା,୩।୩ (ଡି.ଏନ.ଏ.) – ଜରୁରୀ ସ୍ବାସ୍ଥ୍ୟସେବାର ଏକ ପ୍ରମୁଖ ଅଙ୍ଗ ପାଲଟିଥିବା ୧୦୮ ଆମ୍ବୁଲାନ୍ସ ଡୋର୍‌ରେ ଭିଡ଼ାଯାଉଛି ଦଉଡ଼ି। ଗାଡ଼ିର ସାଇଟ୍‌ ଓ ପଛ ଡୋର୍‌ ଭାଙ୍ଗି ଯାଇଥିବା ବେଳେ ଏସି କି ଅକ୍ସିଜେନ ସିଲିଣ୍ଡର ମଧ୍ୟ କାମ କରୁନି। ଏପରି ଅବସ୍ଥାରେ କେତେଦିନ ରୋଗୀ ପରିବହନ କରିବା ପରେ ଏବେ ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ଅଞ୍ଚଳ ପାଇଁ ମିଳିଥିବା ୧୦୮ ଆମ୍ବୁଲାନ୍ସ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ସେହିପରି କିଶୋରନଗର ଅଞ୍ଚଳରେ ଥିବା ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସର ଚକ ଜାମ ଯୋଗୁ ତାହା ବି ସେବାରେ ଲାଗିପାରୁନି। ଫଳରେ ଆଠମଲ୍ଲିକ ଓ କିଶୋରନଗର ବ୍ଲକର ୧୩ଟି ପଞ୍ଚାୟତବାସୀ ଜରୁରୀ ସ୍ବାସ୍ଥ୍ୟସେବା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ବଇଣ୍ଡା ଗ୍ରାମବାସୀ ସୋମବାର ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।
ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ବଇଣ୍ଡାଠାରେ ଥିବା ୧୦୮ ଆମ୍ବୁଲାନ୍ସ ୨ଟି ବ୍ଲକର ବହୁ ପଞ୍ଚାୟତବାସୀଙ୍କୁ ଜରୁରୀସେବା ଯୋଗାଇ ଦେଇ ଆସୁଛି। କିନ୍ତୁ ଦାୟିତ୍ୱରେ ଥିବା ସଂସ୍ଥା ଗାଡ଼ିର ଆବଶ୍ୟକ ରକ୍ଷଣାବେକ୍ଷଣ କରୁ ନ ଥିବାରୁ ଏବେ ଏହି ଆମ୍ବୁଲାନ୍ସ ଆଉ ସେବାରେ ଲାଗିବା ଅବସ୍ଥାରେ ନାହିଁ। ଆମ୍ବୁଲାନ୍ସର ପଛ ଡୋର କାଚ ଭାଙ୍ଗିଯିବା ସହ ସାଇଡ ଡୋର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। କର୍ମଚାରୀମାନେ ଭଙ୍ଗା ଡୋରକୁ ଦଉଡି ସାହାଯ୍ୟରେ ବାନ୍ଧି ସେବା ଯୋଗାଇ ଦେଉଥିବାବେଳେ ଏସି ସହ ବିଭିନ୍ନ ଯନ୍ତ୍ରାଂଶ ଅଚଳ ହୋଇପଡ଼ିଛି। ଫଳରେ ସପ୍ତାହେ ହେବ ଆମ୍ବୁଲାନ୍ସଟି ଆଉ ସେବାରେ ନ ରହି ବଇଣ୍ଡା ଫାଣ୍ଡିରେ ପଡ଼ିରହିଛି। ୫୫ ନଂ. ଜାତୀୟ ରାଜପଥରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାବେଳେ ଏହି ସରକାରୀ ସେବା ଉପଲବ୍ଧ ହୋଇପାରୁ ନାହିଁ। ସେହିପରି କିଶୋରନଗରଠାରେ ଥିବା ଆମ୍ବୁଲାନ୍ସର ଚକା ଜାମ ହୋଇଯାଇଥିବା ଯୋଗୁ ତାହା ମଧ୍ୟ ଅଚଳ ଅବସ୍ଥାରେ ରହିଛି। କର୍ମଚାରୀମାନେ ୨ଟି ଆମ୍ବୁଲାନ୍ସ ନିକଟରେ ରହି ଡ୍ୟୁଟି କରୁଥିବାବେଳେ ଲୋକଙ୍କୁ ସେବା ମିଳୁ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଦାୟିତ୍ୱ ନେଇଥିବା ଏକ ଠିକାସଂସ୍ଥା ଗାଡ଼ିଗୁଡ଼ିକର ଫିଟନେସ ଓ ମରାମତି କରୁ ନ ଥିବା ନୁନୁକାପଶି ସରପଞ୍ଚ ଜଳଧର ସାହୁ, ବଇଣ୍ଡା ଗ୍ରାମ ସଭାପତି ଚିନ୍ତାମଣି ପ୍ରଧାନ, ବିଜୟ କୁମାର ସାହୁ, ଭାଜପା ନେତା ଅରବିନ୍ଦ ସାହୁଙ୍କ ସମେତ ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଅନୁଗୋଳ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ନେଇ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ କହିଛନ୍ତି, ଉକ୍ତ ୨ଟି ଅଚଳ ଆମ୍ବୁଲାନ୍ସକୁ ମରାମତି କରି ସେବା ଯୋଗାଇ ଦେବା ପାଇଁ ଅନୁଗୋଳ ସିଡିଏମଙ୍କୁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri