Categories: ବାଣିଜ୍ୟ

ଡେବିଟ୍‌, କ୍ରେଡିଟ କାର୍ଡ ସୁରକ୍ଷା ପାଇଁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୩: ଡେବିଟ, କ୍ରେଡିଟ କାର୍ଡ ନେଣଦେଣର ସୁରକ୍ଷା ଏବଂ ଅନ୍‌ଲାଇନ ଠକେଇ ଉପରେ ନିୟନ୍ତ୍ରଣ ଜାରି କରିବା ଲାଗି ନୂଆ ନିୟମ କାର୍ଯ୍ୟକାରୀ ହେବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୬ ମାର୍ଚ୍ଚ (ସୋମବାର)ଠାରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ଜଣାପଡିଛି। ୨୦୨୦ ଜାନୁୟାରୀରେ ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଧିସୂଚନା ଜାରି କରିଥିଲା। ଏହି ନିୟମ ସମସ୍ତ ଡେବିଟ ଓ କ୍ରେଡିଟ କାର୍ଡ (ଫିଜିକାଲ ଏବଂ ଭର୍ଚୁଆଲ) ଉପରେ ଲାଗୁ ହେବ। ଏହା ମଧ୍ୟରେ ପୁନଃ ଜାରି କରାଯାଇଥିବା କାର୍ଡ ସାମିଲ ରହିଛି। ଆର୍‌ବିଆଇ ବ୍ୟାଙ୍କଗୁଡିକୁ କହିଛି ଯେ, ଡେବିଟ, କ୍ରେଡିଟ କାର୍ଡ ଇସ୍ୟୁ, ରିଇସ୍ୟୁ କରିବା ବେଳେ ଭାରତ ଭିତରେ ଏଟିଏମ୍‌ ଏବଂ ପଏଣ୍ଟ ଅଫ୍‌ ସେଲ୍‌ରେ ନେଣଦେଣ ଲାଗି ସକ୍ରିୟ କରାଯିବ। ନୂଆ ନିୟମ ପ୍ରିପେଡ ଗିଫ୍ଟ କାର୍ଡ ଏବଂ ମେଟ୍ରୋ କାର୍ଡ ଉପରେ ଲାଗୁ ହେବ ନାହିଁ। ବିଦେଶରେ ଟ୍ରାଞ୍ଜାକଶନ ଲାଗି ଅଲଗା ସୁବିଧା ନେବାକୁ ପଡିବ। ଗ୍ରାହକ ଯେକୌଣସି ସମୟରେ ନିଜ କାର୍ଡକୁ ଅନ୍‌, ଅଫ୍‌ ଏବଂ ଟ୍ରାଞ୍ଜାକଶନ ସୀମା ଚୟନ ଓ ପରିବର୍ତ୍ତନ କରିପାରିବେ। ଏହାବାଦ କାର୍ଡ ଅନ୍‌ ଅଫ୍‌ ସୁବିଧା ବ୍ୟାଙ୍କ ପ୍ରଦାନ କରିବେ। ଏହାବାଦ୍‌ ଆହୁରି ଅନେକ ସୁବିଧା ମଧ୍ୟ ରହିଛି।

Share