Categories: ଫୁରସତ

ଡେଣା ଥିବା ପୋଷାକ ପିନ୍ଧି ଚର୍ଚ୍ଚାରେ ଡ୍ରିଜାନା ଲିତକେ

ମଣିଷ ସବୁବେଳେ କଳ୍ପନା ଦୁନିଆରେ ହଜିଯିବାକୁ ଭଲପାଏ। ସେଇଥିପାଇଁ ତ ସୁପରମ୍ୟାନ୍‌, ସ୍ପାଇଡରମ୍ୟାନ୍‌ ଭଳି ସୁପର୍‌ ପାଓ୍ବାର ଥିବା ଚରିତ୍ର ସବୁବେଳେ ମଣିଷକୁ ଆକୃଷ୍ଟ କରିଆସିଛି। ତେଣୁ ଆଜିକାଲି କସ୍‌ପ୍ଲେ ବା କଷ୍ଟୁମ୍‌ ପ୍ଲେ ପାର୍ଟି ଲୋକପ୍ରିୟ ହେବାକୁ ଲାଗିଛି। ଯେଉଁଥିରେକି ଲୋକଙ୍କୁ ବିଭିନ୍ନ କାଳ୍ପନିକ ଚରିତ୍ରର ପୋଷାକ ପିନ୍ଧି ଆସିବାକୁ ହୋଇଥାଏ। ଏହା ଏବେ ଏକ ଟ୍ରେଣ୍ଡ ପାଲଟି ଗଲାଣି। ତେବେ ନିକଟରେ ଜଣେ ଯୁବତୀ ଚଳଚ୍ଚିତ୍ର ମେଲଫିସେଣ୍ଟରେ ଆଞ୍ଜେଲିନା ଜୋଲି ଯେମିତିଭାବେ ଡେଣାଥିବା ପୋଷାକ ପିନ୍ଧିଥିଲେ ସେହିଭଳି ପୋଷାକ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ତେବେ ଚର୍ଚ୍ଚାର ବିଷୟ ହେଉଛି ଯେ, ସେ ତିଆରି କରିଥିବା ଏହି ପୋଷାକରେ ଲାଗିଥିବା ଡେଣାଟି ପକ୍ଷୀର ଡେଣା ଭଳି ହଲିପାରେ। ସେପୁଣି ଯେତେବେଳେ ଚାହିଁବେ ତାକୁ ହଲାଇ ପାରିବେ। ଡ୍ରିଜାନା ଲିତକେ ନାମ୍ନୀ ଏହି ଯୁବତୀ ଜଣକ ଉକ୍ତ ପରୀ ରାଇଜର କଥା ଭଳି ପୋଷାକଟିକୁ ତିଆରି କରିଛନ୍ତି। ଯେଉଁଥିରେ ବାସ୍ତବ ଲାଗୁଥିବା ଭଳି ପକ୍ଷୀର ଡେଣା ସଂଯୁକ୍ତ ହୋଇଛି। ଡେଣାରେ ଲାଗିଛି ପକ୍ଷୀର ଡେଣା ଭଳି ଅସଂଖ୍ୟ ପର। ଆଉ ସବୁଠୁ ବଡ଼ କଥା ହେଉଛି ସେ ତାକୁ ନିଜ ମନ ମୁତାବକ ଚଢ଼େଇର ଡେଣା ଭଳି ହଲାଇ ପାରନ୍ତି। ଖାସ୍‌କରି ଏହି ଡେଣା ପାଇଁ ଏବେ ସେ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚିତ,ଯାହାକୁ ତିଆରି କରିବାକୁ ତାଙ୍କୁ ୧୦୦ ଘଣ୍ଟା ସମୟ ଲାଗିଥିଲା।

Share