Categories: ଜାତୀୟ

ଡେଙ୍ଗୁ ରୋଗୀଙ୍କୁ ଭେଟିବାକୁ ଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ କାଳି ମାଡ

ପାଟନା,୧୫।୧୦: ବିହାରର ରାଜଧାନୀ ପାଟନାରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ ମଙ୍ଗଳବାର କାଳି ମାଡ଼ କରାଯାଇଛି। ପାଟନାର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଅଶ୍ୱିନୀ ଚୌବେ ଡେଙ୍ଗୁ ରୋଗୀଙ୍କୁ ଭେଟିବା ସହ ଓ୍ବାର୍ଡ ନୀରିକ୍ଷଣ କରିବାକୁ ଆସିଥିଲେ। ଓ୍ବାର୍ଡ ନୀରିକ୍ଷଣ କରି ଫେରିବା ସମୟରେ ଜଣେ ଛାତ୍ର ତାଙ୍କୁ ଓ ତାଙ୍କ କାର୍‌ ଉପରକୁ କାଳିମାଡ କରିଥିଲେ। ସୁରକ୍ଷାକର୍ମୀ ଯୁବକଙ୍କୁ ଧରିବାକୁ ଚେଷ୍ଟା କରିବା ସତ୍ତ୍ୱେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ଘଟଣାକୁ ନିନ୍ଦା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

Share