ଡେଙ୍ଗୁ ନିରାକରଣ ସଚେତନତା

ହିଞ୍ଜିଳିକାଟୁ,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମ ସତ୍ୟଭାମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ଛାତ୍ରୀଛାତ୍ରଙ୍କ ଦ୍ୱାରା ଡେଙ୍ଗୁ ସଚେତନତା ରାଲି କରାଯାଇଥିଲା। ପ୍ରଧାନଶିକ୍ଷକ ଏ. ଶଙ୍କର ପ୍ରସାଦ ଆଚାରୀ ସବୁଜ ପତାକା ଦେଖାଇ ରାଲିକୁ ଉଦ୍‌ଘାଟନ କରିଥିଲେ। ଗୋପବନ୍ଧୁ ସ୍କାଉଟ ଗ୍ରୁପ୍‌, ଗାଇଡ୍‌ ଜୁନିୟର ରେଡ଼କ୍ରସ,ଇକୋ କ୍ଲବ ସହ ଛାତ୍ରୀଛାତ୍ର ଏଥିରେ ସାମିଲ ଥିଲେ। ମଶା ବାହିତ ଡେଙ୍ଗୁ ରୋଗର ନିରାକରଣ ଓ ପ୍ରତିରୋଧ ପାଇଁ ପରିବେଶ ସଫା ରଖିବା ଓ ଅନ୍ୟାନ୍ୟ ସତର୍କତା ନେଇ ଗ୍ରାମବାସୀଙ୍କୁ ରାଲି ଓ ପ୍ରାର୍ଥନା ସଭା ଦ୍ୱାରା ସଚେତନତା କରାଯାଇଥିଲା। ଶିକ୍ଷକ ରାମହରି ସାହୁ, ଏନ୍‌. ୍‌ଲୋକନାଥ, କେ ରଘୁନାଥ, ଦେବୀ ସାହୁ,ଚନ୍ଦ୍ରିକା ତ୍ରିପାଠୀ ପ୍ରମୁଖଙ୍କ ସହ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।