ଡୁବୁରୀରେ ବିଧବା ମହିଳାଙ୍କ ମନର କଥା

ପୁରୀ ଅଫିସ,୨୨।୨: ପୁରୀ ଅଫିସ,୨୧ା୨
ପଶ୍ଚିମବଙ୍ଗର ଏକ ସମ୍ପ୍ରଦାୟ ରହିଛି, ଯେଉଁମାନଙ୍କର କୌଳିକ ବୃତ୍ତି ହେଉଛି ପାଣିରେ ହଜିଯାଇଥିବା ଜିନିଷ ଖୋଜି ବାହାର କରିବା। ଗାଧୋଇବା ସମୟରେ ହେଉ ଅବା ଅନ୍ୟ କୌଣସି କାରଣ ପାଇଁ ଯଦି କାହାର କିଛି ସାମଗ୍ରୀ ନଦୀ, ପୋଖରୀରେ ପଡିଯାଏ ତେବେ ଏମାନଙ୍କୁ ଡକାଯାଏ। ପଶ୍ଚିମବଙ୍ଗରେ ଏହି ସମ୍ପ୍ରଦାୟର ଲୋକଙ୍କୁ ଡୁବୁରୀ ବୋଲି କୁହାଯାଏ। ଗୋଲାପଡ଼ଙ୍ଗା ଗଁ। ର ବିଧବା ମହିଳା ନିଲୁ। ଏକଦା ପୋଖରୀରେ ଗାଧୋଉଥିବା ବେଳେ ତାଙ୍କ କାନଫୁଲ ଖସିପଡିଥିଲା। ଏହାକୁ ଖୋଜିବା ପାଇଁ ଗୋଲାପଡଙ୍ଗା ଗଁ। ରେ ପହଞ୍ଚିଲେ ସନାତନ। ପୋଖରୀରେ ପଶି ଦୀର୍ଘସମୟ ଖୋଜିଲେ କିନ୍ତୁ ନିଲୁଙ୍କ କାନଫୁଲ ପାଇଲେ ନାହିଁ। ପରମ୍ପରା ରହିଛି ଡୁବୁରୀମାନେ ଦିନକୁ କେବଳ ଥରେ ହିଁ ଖୋଜିବେ। ଏମିତି ସପ୍ତାହେ ବିତିଗଲା କିନ୍ତୁ ସନାତନ ପୋଖରୀରୁ କାନଫୁଲ ପାଇଲେ ନାହିଁ। ଏଥିପାଇଁ ତାଙ୍କୁ ନିଲୁଙ୍କ ଘରେ ରହିବାକୁ ପଡିଲା। ବିଧବା ନିଲୁ ବି ମାନସିକସ୍ତରରେ ସର୍ବଦା ଅସହାୟତା ଅନୁଭବ କରୁଥିଲେ। ବେଳେ ବେଳେ ଉଦାସରେ ରହୁଥିବା ନିଲୁଙ୍କୁ ବୁଝିପାରିଥିଲେ ସନାତନ। ଜଣେ ଅପରିଚିତ ଥିଲେ ବି ନିଲୁଙ୍କୁ ମାନସିକ ଦୁଶ୍ଚିନ୍ତାରୁ ମୁକୁଳାଇବା ପାଇଁ ଚେଷ୍ଟା କରିଥିଲେ। ଏମିତି ଏକ କାହାଣୀ ଉପରେ ପର୍ଯ୍ୟବସିତ ବେଙ୍ଗଲୀ ଚଳଚ୍ଚିତ୍ର ଡୁବୁରୀ ପ୍ରଦର୍ଶିତ ହୋଇଥିଲା ୧୭ତମ ବ୍ରିଙ୍ଗ ୟୋର ଓନ୍‌ ଫିଲ୍ମ ଫେଷ୍ଟିଭାଲ (ବାଏଅଫ୍‌)ର ଉଦ୍‌ଘାଟନୀ ସନ୍ଧ୍ୟାରେ। ହୋଟେଲ ପିଙ୍କ୍‌ ହାଉସ ସଂଲଗ୍ନ ବେଳାଭୂମିରେ ପ୍ରଦର୍ଶିତ ଏହି କଳା ଧଳା ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିଲେ କ୍ରିଷ୍ଣେନ୍ଦୁ ଦତ୍ତ। ୭୬ ମିନିଟ୍‌ର ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଜଣେ ବିଧବା ମହିଳାଙ୍କ ବାସ୍ତବରେ କିପରି ନିଃସଙ୍ଗ ଜୀବନ ବିତାଇଥାନ୍ତି ତାହା ଦର୍ଶାଇଛନ୍ତି। ସେହିପରି ଉଦ୍‌ଘାଟନୀ ସନ୍ଧ୍ୟାର ପ୍ରଥମ ଚଳଚ୍ଚିତ୍ର ଭାବେ ଶିରିନ ନିଶାତଙ୍କ ‘ଓମେନ ଉଇଦ୍‌ଆଉଟ ମେନ’ ଚଳଚ୍ଚିତ୍ରର ମଧ୍ୟ ସ୍କ୍ରିନିଂ କରାଯାଇଥିଲା। ଏହାର ଅବଧି ଥିଲା ୯୫ ମିନିଟ୍‌।
ଚଳଚ୍ଚିତ୍ରର ସ୍କ୍ରିନିଂ ପୂର୍ବରୁ ବାଏଅଫ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭିଏନାର କବି ଏବଂ ଐତିହାସିକ ୟୁଟି ଏଶିଙ୍ଗର ବାଏଅଫ୍‌କୁ ଉଦ୍‌ଘାଟନ କରି ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ। ବାଏଅଫ୍‌ର ୧୭ବର୍ଷର ସଂଘର୍ଷମୟ ଯାତ୍ରାକୁ ନେଇ ଇଣ୍ଡିଆନ ପୋଷ୍ଟ ଏକ କ୍ୟାମେଲ କ୍ୟାରେଡ କଭର ବାହାର କରିଥିବା ଆୟୋଜକ ସୁଶାନ୍ତ ମିଶ୍ର ଘୋଷଣା କରିଥିଲେ। ଏହା ନିଶ୍ଚିତ ଆମ ପାଇଁ ଏକ ଗୌରବର ବିଷୟ ବୋଲି ସେ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କପିଳାସ ଭୂୟଁ। , ରବୀନ୍ଦ୍ର କିଶୋର ସାହୁ ପ୍ରମୁଖ ଯୋଗଦେଇଥିଲେ।
ଏ ସମ୍ପର୍କରେ ଆୟୋଜକ ସୁଶାନ୍ତ ମିଶ୍ର କହିଛନ୍ତି, ଅନେକ ଲୋକ ଅଛନ୍ତି ଯେଉଁମାନେ କ୍ଷୁଦ୍ର ଚଳଚ୍ଚିତ୍ର ତିଆରି କରୁଛନ୍ତି କିନ୍ତୁ ପ୍ରଦର୍ଶନ ଲାଗି ସେମାନଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ମିଳୁ ନାହିଁ। ବଡ଼ ବଡ଼ ଚଳଚ୍ଚିତ୍ର ମହୋତ୍ସବରେ ସେମାନଙ୍କୁ ନେଉନାହାନ୍ତି। ତେଣୁ ଏହିଭଳି ଚଳଚ୍ଚିତ୍ର ନିର୍ମାତାଙ୍କୁ ଦୃଷ୍ଟିରେ ରଖି ବାଏଅଫ୍‌ର ପରିକଳ୍ପନା କରାଯାଇଥିଲା। ପ୍ରତିବର୍ଷ ପ୍ରାୟ ୮୦/୯୦ଟି ଚଳଚ୍ଚିତ୍ରର ସ୍କ୍ରିନିଂ ହୁଏ। ଚଳିତବର୍ଷ ମଧ୍ୟ ବହୁ ସଂଖ୍ୟାରେ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବା ସମ୍ଭାବନା ରହିଥିବା ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri