ଡୁଙ୍ଗୁରି ଖଣିରେ ଶ୍ରମିକ ଅଶାନ୍ତି

ବରଗଡ଼ ଅଫିସ୍‌,୪।୫: ଏସିସି ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ଅଧୀନ ଡୁଙ୍ଗୁରି ଖଣିରେ ଶ୍ରମିକ ଅଶାନ୍ତି ଦେଖାଯାଇଛି । ଲକ୍‌ ଡାଉନ୍‌ ଅବଧିରେ କାର୍ଯ୍ୟ କରିଥିଲେ ସୁଦ୍ଧା ସେମାନଙ୍କୁ ସେମାନଙ୍କ ପାରିଶ୍ରମିକ ଦେଇ ନ ଥିବା ଖଣିର କେତେକ ଶ୍ରମିକ ଅଭିଯୋଗ କରିଛନ୍ତି । ଏ ନେଇ ଖଣି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ । ଅନ୍ୟପଟେ ବିଭାଗୀୟ ଅଧିକାରୀ କଟ ମନ୍ତବ୍ୟ ଦେଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏହା ଜାଣିବା ପରେ ବରଗଡ଼ର ସାମାଜିକ ଅନୁଷ୍ଠାନ ଫାଇଟ୍‌ ଅନ୍‌ ରାଇଟ୍‌(ଫର୍‌)ର ଅଧ୍ୟକ୍ଷ ଇଂ ଦେବବ୍ରତ ମିଶ୍ର ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ବରଗଡ଼ ଜିଲାପାଳଙ୍କଠାରେ ଦାବି ଉପସ୍ଥାପନ କରିଛନ୍ତି।