Categories: ଜାତୀୟ

ଡି.କେ. ଶିବକୁମାରଙ୍କୁ ଜାମିନ୍‌

ନୂଆଦିଲ୍ଲୀ,୨୩।୧୦: ବ୍ୟାପକ ଟଙ୍କା ହେରଫେର୍‌ ମାମଲାରେ କର୍ନାଟକ କଂଗ୍ରେସ ନେତା ଡି.କେ. ଶିବକୁମାରଙ୍କୁ ବୁଧବାର ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଜାମିନ ମିଳିଛି। ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ସାକ୍ଷୀଙ୍କୁ ପ୍ରଭାବିତ କରିବା ଅବା କୌଣସି ପ୍ରମାଣ ନଷ୍ଟ ଯେପରି ନ କରିବେ ସେଥିପାଇଁ ତାଙ୍କୁ ସତର୍କ କରାଯାଇଛି। ଯାଞ୍ଚ୍‌ରେ ସହଯୋଗ କରିବାକୁ ତାଙ୍କୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କୁ ବ୍ୟକ୍ତିଗତ ୨୫ ଲକ୍ଷ ଟଙ୍କା ମୁଚାଲିକାରେ ଜାମିନ ଦିଆଯାଇଛି।

Share