Posted inଜାତୀୟ

ଡି କମ୍ପାନୀ ବିଛାଇଛି ଜାଲ୍‌ନୋଟ ଜାଲ

ନୂଆଦିଲ୍ଲୀ,୨ା୬(ଆଇଏଏନ୍‌ଏସ୍‌): କିଛିଦିନର ବ୍ୟବଧାନ ପରେ ଭାରତକୁ ପୁଣି ଆସିବାରେ ଲାଗିଛି ଉଚ୍ଚ ମୂଲ୍ୟର ଭାରତୀୟ ଜାଲ ନୋଟ (ଏଫ୍‌ଆଇସିଏନ୍‌) ଆସିବାରେ ଲାଗିଛି। ଦେଶର ପୂର୍ବାଞ୍ଚଳ ସୀମାରେ ଏହା ଛପାଯାଉଛି। ପାକିସ୍ତାନରେ ଆମତ୍ଗୋପନ କରିଥିବା ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ଡି କମ୍ପାନୀ ଚଳାଇଥିବା ଏହି ର଼୍ୟାକେଟକୁ ସେଠାକାର କୁଖ୍ୟାତ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ସହଯୋଗ କରୁଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ଏହି ଚାଞ୍ଚଲ୍ୟକାର ତଥ୍ୟ ପ୍ରଘଟ କରାଯାଇଛି।
ଏନ୍‌ଆଇଏ ତଦନ୍ତରୁ ଜଣାପଡ଼ିଛି ଯେ, ପାକିସ୍ତାନର ଆଇଏସ୍‌ଆଇ ଏବଂ ଡି କମ୍ପାନୀ ପୁଣିଥରେ ଭାରତୀୟ ଅର୍ଥନୀତିକୁ ଦୋହଲାଇଦେବା ଭଳି ଷଡ଼ଯନ୍ତ୍ର ରଚିଛନ୍ତି। ଡି କମ୍ପାନୀର ଏଫ୍‌ଆଇସିଏନ୍‌ ନେଟଓ୍ବର୍କ ବଡ଼ ବଡ଼ ନୋଟ ଛାପି ଭାରତକୁ ପଠାଉଛି। ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକର ଗୁପ୍ତ ସୂଚନାନୁସାରେ ନେପାଳରେ ଏହାର କିଙ୍ଗ୍‌ପିନ୍‌ ୟୁନୁସ୍‌ ଅନ୍‌ସାରୀ ଗିରଫ ହେବାପରେ ଏହି ର଼୍ୟାକେଟର ପର୍ଦ୍ଦାଫାଶ ହୋଇଛି। ଅନ୍‌ସାରୀ ହେଉଛନ୍ତି ଆଇଏସ୍‌ଆଇ ଏବଂ ଦାଉଦ୍‌ଙ୍କ ମଧ୍ୟରେ ଏହି ବେଆଇନ କାରବାର ପାଇଁ ସମ୍ପର୍କର ସୂତ୍ରଧର। ତାଙ୍କ ସହ ଅନ୍ୟ ୩ ପାକିସ୍ତାନୀ ମହମ୍ମଦ ଅଖ୍‌ତାର, ନାଦିଆ ଅନ୍‌ଓ୍ବର ଓ ନାସିରୁଦ୍ଦିନ୍‌ ମଧ୍ୟ ଗିରଫ ହୋଇଛନ୍ତି। ଏହି ର଼୍ୟାକେଟଠାରୁ ୭ କୋଟି ଟଙ୍କାର ଜାଲ୍‌ ନୋଟ ଜବତ ହୋଇଛି। ବାଂଲାଦେଶ ସୀମା ଦେଇ ଏଭଳି ନୋଟ୍‌ ଭାରତକୁ ପଠାଯାଉଛି। ଗତ ଜାନୁୟାରୀରେ ଜଣେ ବ୍ୟକ୍ତି ପଡ଼ୋଶୀ ଦେଶରୁ ପଶ୍ଚିମବଙ୍ଗ ଦେଇ ଭାରତକୁ ୧୦ ଲକ୍ଷ ଟଙ୍କା ଆଣୁଥିବାବେଳେ ଧରାପଡ଼ିଥିଲେ। ସେଗୁଡ଼ିକୁ ବାଂଲାଦେଶରେ ପ୍ରିଣ୍ଟ କରି ଆଣିବା ପରେ ନୂଆଦିଲ୍ଲୀର ବ୍ୟସ୍ତବହୁଳ ବଜାରଗୁଡ଼ିକରେ ପ୍ରସାର କରାଯାଉଥିବା ନେଇ ଅଭିଯୁକ୍ତ ଜଣକ ଜେରା ବେଳେ ସ୍ବୀକାର କରିଥିଲେ। ସେହିପରି ଅନ୍ୟ ୩ ଅଭିଯୁକ୍ତ ଗୁଜରାଟରେ ଧରାପଡ଼ିଥିଲେ। ଏନ୍‌ଆଇଏ ଗୁଜରାଟର ଏକ କୋର୍ଟରେ ଏନେଇ ଗତମାସରେ ଚାର୍ଜଶିଟ୍‌ ଦାଖଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri