Categories: ବାଣିଜ୍ୟ

ଡିସେମ୍ବର ୩୧ ସୁଦ୍ଧା ପାନ୍‌-ଆଧାର ସଂଯୋଗ ଅନିବାର୍ଯ୍ୟ

ନୂଆଦିଲ୍ଲୀ,୧୬-୧୨: ଚଳିତ ବର୍ଷ ଶେଷ ସୁଦ୍ଧା ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର(ପାନ୍‌)ର ଆଧାର ସହ ସଂଯୋଗ ବାଧ୍ୟତାମୂଳକ କରାଯାଇଛି। ରବିବାର ଆୟକର ବିଭାଗ ପକ୍ଷରୁ ଏ ନେଇ ଏକ ନୋଟିସ ଜାରି କରାଯାଇଛି। ଏକ ଉନ୍ନତ ଭବିଷ୍ୟତ ଗଠନ ସହ ନିରନ୍ତର ସେବା ଗ୍ରହଣ ଲାଗି ୩୧ ଡିସେମ୍ବର ପୂର୍ବରୁ ସଂଯୋଗ ପ୍ରକ୍ରିୟା ସାରିବା ଆବଶ୍ୟକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏଥି ଲାଗି ଆଉ ୧୫ ଦିନ ସମୟ ରହିଥିବା ବେଳେ ଧାର୍ଯ୍ୟ ତାରିଖ ଶେଷ ହେବା ହେବା ଆଗରୁ ଲୋକମାନେ ସଂଯୋଗ ପ୍ରକ୍ରିୟା ଶେଷ କରିନେବାକୁ ସୂଚନା ରହିଛି। ଚଳିତ ବର୍ଷ ସେପ୍ଟେମ୍ବରରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିିବିଡିଟି) ପକ୍ଷରୁ ପାନ୍‌ ଆଧାର ସଂଯୋଗ ସୀମାକୁ ଚଳିତ ବର୍ଷ ଡିସେମ୍ବର ୩୧ ଯାଏ ବୃଦ୍ଧି କରାଯାଇଥିଲା। ଏହା ପୂର୍ବରୁ ସଂଯୋଗର ଶେଷ ତାରିଖ ସେପ୍ଟେମ୍ବର ୩୦ ରହିଥିଲା। ଗତ ବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଆଧାରକୁ ବୈଧ ବୋଲି କହିଥିଲେ। ଆଇଟି ରିଟର୍ନ ଏବଂ ପାନ ପ୍ରଦାନ ଲାଗି ଏହାକୁ ଅନିବାର୍ଯ୍ୟ କରାଯାଇଥିଲା।

Share