Categories: ଜାତୀୟ

ଡିସେମ୍ବର ୨ରେ ନୌସେନାରେ ସାମିଲ୍‌ ହେବେ ପ୍ରଥମ ମହିଳା ପାଇଲଟ

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ବାୟୁସେନାରେ ୩ ଜଣ ମହିଳା ପାଇଲଟ ଯୋଗଦେଇଥିବା ବେଳେ ଏବେ ନୌସେନାରେ ଜଣେ ମହିଳା ପାଇଲଟ୍‌ ଯୋଗଦେବେ। ବିହାର ମୁଜାଫରପୁର ବାସିନ୍ଦା ଲ୍ୟୁଟ୍‌ନାଟ୍‌ ଶିବାଙ୍ଗୀ ଡିସେମ୍ବର ୨ରେ ନୌସେନାରେ ଯୋଗଦେବେ। ସେ ଏବେ ନୌସେନାର ଦକ୍ଷିଣ କମାଣ୍ଡରେ ତାଲିମ୍‌ ନେଉଛନ୍ତି। ସେ କୋଚିଠାରେ ନୌସେନାରେ ନିଜର ଦାୟିତ୍ୱ ଗ୍ରହଣ କରିବେ।

Share