ଡିସେମ୍ବର ପହିଲାରୁ ସାରା ଦେଶରେ ଏକକ ଟୋଲ ଦେୟ ବ୍ୟବସ୍ଥା: ସାମିଲ ହେବ ଓଡ଼ିଶାର ୧୨ ଜାତୀୟ ରାଜପଥ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ଡିସେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହେବ ଏକକ ଟୋଲ ଦେୟ ବ୍ୟବସ୍ଥା। ଓଡ଼ିଶାର ବିଭିନ୍ନ ଜାତୀୟ ରାଜପଥରେ ମଧ୍ୟ ଜାତୀୟ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ(ଏନ୍‌ଇଟିସି) ବ୍ୟବସ୍ଥାକୁ ଲାଗୁ କରାଯିବ। ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେଶନ (ଆର୍‌ଏଫ୍‌ଆଇଡି) ଜରିଆରେ ଫାଷ୍ଟଟ୍ୟାଗ୍‌ ମାଧ୍ୟମରେ ଏଣିକି ଦେୟ ପୈଠ କରାଯାଇପାରିବ। ଭାରତୀୟ ରାଜପଥ ପରିଚାଳନା କମ୍ପାନୀ(ଆଇଏଚ୍‌ଏମ୍‌ସିଏଲ୍‌) ଏହି ଡିଜିଟାଲ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବ। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍‌ ଗଡକାରୀ ରାଜ୍ୟ ସରକାରଙ୍କୁ ଏ ନେଇ ଚିଠି ଲେଖିବା ପରେ ଅକ୍ଟୋବର ୧୪ରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା। ପୁରୁଣା ପଦ୍ଧତିରେ ଟୋଲ ଦେୟ ଆଦାୟ ଦ୍ୱାରା ଭିଡ଼ ସମସ୍ୟା ରହୁଛି। ଟୋଲ ଦେବା, ବିଲ୍‌ କାଟିବା, ଫାଟକ ପାରି ହେବା ଇତ୍ୟାଦି ପାଇଁ ବହୁ ସମୟ ଲାଗିଥାଏ, ନୂତନ ବ୍ୟବସ୍ଥା ଯାତ୍ରୀଙ୍କ ସମୟ ବଞ୍ଚାଇବ ବୋଲି କୁହାଯାଉଛି। ଏ ନେଇ ଜନସଚେତନତା ଆରମ୍ଭ କରାଯାଇଛି। ବିଭିନ୍ନ ଆନିମେଶନ ଜରିଆରେ ଏହାର ବ୍ୟବହାର ଓ ଉପକାରିତା ନେଇ ଜନଗଣଙ୍କୁ ଅବଗତ କରାଯାଉଛି। କିଛି ଦିନ ପରେ ରାଜ୍ୟ ରାଜପଥଗୁଡିକରେ ଇଲେକଟ୍ରୋନିକ୍‌ ଟୋଲ କଲେକ୍ସନ(ଇଟିସି)କୁ ପ୍ରାଥମିକତା ଦିଆଯିବ। ଏହି ବ୍ୟବସ୍ଥା କେତେକ ଟୋଲରେ ଫାଙ୍କା ଯାଉଥିବା ଟିକସ ଉପରେ ରୋକ୍‌ ଲଗାଇବ ବୋଲି ପ୍ରଶାସନ ଆଶା କରୁଛି। ଏକକ ଟୋଲ ଦେୟ ବ୍ୟବସ୍ଥା ଭଳି ପାର୍କିଂ ଦେୟର ଏକୀକରଣ ନେଇ ଚିନ୍ତା କରାଯାଉଥିବା କୁହାଯାଉଛି।

ଓଡ଼ିଶାର ୧୨ଟି ଜାତୀୟ ରାଜପଥରେ ଇଟିସି ଲାଗୁ ହେବ। ୧୨ଟି ଟୋଲ ଗେଟ୍‌ରେ ନୂଆ ବ୍ୟବସ୍ଥା ସହ ଏକ ହାଇବ୍ରିଡ୍‌ ଲେନ୍‌ ରହିବ। ଏହାଦ୍ୱାରା ପୁରୁଣା ପଦ୍ଧତିରେ ମଧ୍ୟ ଦେୟ ଦେଇହେବ। ଲୋକେ ଅଭ୍ୟସ୍ତ ହେଲା ପରେ ପାରମ୍ପରିକ ବ୍ୟବସ୍ଥା ଉଠାଯିବ। ଫାଷ୍ଟଟ୍ୟାଗ୍‌ ପଦ୍ଧତିରେ ପ୍ରତି ଯାନରେ ଏକ ଚିପ୍‌ ଲାଗିବ। ଏକକ କର ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହୋଇଥିବା ଯାନର ଦେୟ ଆପେ କଟିଯିବା ସହ ଅଟକାଉଥିବା ଇଲେକ୍ରଟିକ୍‌ ମୁଭର ଆପେ ଖୋଲିଯିବ ବୋଲି ଏନ୍‌ଏଚ୍‌ଏଆଇର ଜଣେ ଅଧିକାରୀ କହିଛନ୍ତି। https://www.npci.org.in/netc ଜରିଆରେ ଏହି ବ୍ୟବସ୍ଥା ସହ ଅନୁବନ୍ଧିତ ହେବାକୁ ପଡ଼ିବ। ହେଲେ ଏହା ପୂର୍ବରୁ ସମସ୍ତଙ୍କୁ ନିଜ ଯାନ ପାଇଁ ଫାଷ୍ଟଚ୍ୟାଗ୍‌ ବ୍ୟବସ୍ଥା ଆପଣେଇବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri