ଡିସେମ୍ବରରେ ଆଲିୟା-ରଣବୀରଙ୍କ ବାହାଘର

ମୁମ୍ବାଇ: ବଲିଉଡ୍‌ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଯଦି ଆପଣ ରଣବୀର କପୁର ଆଉ ଆଲିୟା ଭଟ୍ଟଙ୍କ ଫ୍ୟାନ୍‌ ତେବେ ଆପଣଙ୍କୁ ଏହି ଲାଟେଷ୍ଟ ଖବରଟି ନିଶ୍ଚୟ ଉତ୍ସାହିତ କରିଦେବ। ହେଲେ ରଣବୀରଙ୍କ ମହିଳା ଫ୍ୟାନ୍‌ ଆଉ ଆଲିୟାଙ୍କ ପୁରୁଷ ଫ୍ୟାନ୍‌ମାନେ କିନ୍ତୁ ଏହି ଖବର ଶୁଣିବା ପରେ ତାଙ୍କ ହୃଦୟ ଭାଙ୍ଗିଯିବାର ଆଶଙ୍କା ରହିଛି। ଏତେ ହିଣ୍ଟ୍‌ସ ମିଳିବା ପରେ ଆପଣମାନେ ନିଶ୍ଚୟ ଜାଣିସାରିଥିବେ ଆମେ କେଉଁ ଖୁସି ଖବର କଥା କହୁଛୁ।
ବିବାହ ବିଗୁଲ୍‌ ବାଜିବ। ସାତ ଜନ୍ମର ସାଥୀ ହୋଇ ବିବାହ ବନ୍ଧନରେ ଦୁହେଁ ଆବଦ୍ଧ ହେବେ। ସମୟ ସମୟରେ ଏମାନଙ୍କ ବିବାହ ଗୁଜବ ଉଠୁଥିବାବେଳେ ଏବେ ପୁଣି ଏପରି ଏକ ଖବର ଚର୍ଚ୍ଚାକୁ ଆସିଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି, ଚଳିତବର୍ଷ ଡିସେମ୍ବରରେ ଆଲିୟା, ରଣବୀରଙ୍କ ବିବାହ ସ୍ଥିର ହୋଇଛି। ଏନେଇ ଉଭୟଙ୍କ ପରିବାର ନିଷ୍ପତ୍ତି ନେଇଥିବାବେଳେ ବନ୍ଧୁବାନ୍ଧବ ତଥା ସମ୍ପର୍କୀୟଙ୍କୁ ମଧ୍ୟ ଖବର ଦିଆସରିଛି ବୋଲି ଜଣାପଡ଼ିଛି।
ଚକୋଲେଟ୍‌ ହିରୋ ତଥା ସବୁ ଝିଅଙ୍କ କ୍ରଶ୍‌ ରଣବୀର କପୁରଙ୍କ ସହ ସୁନ୍ଦରୀ ଆଲିୟା ଭଟ୍ଟଙ୍କ ରିଲେଶନ୍‌ଶିପକୁ ୨ବର୍ଷରୁ ଅଧିକ ସମୟ ହେଲାଣି। ଏମିତିରେ ଉଭୟଙ୍କ ପୂର୍ବରୁ ଅନେକ ଲଭ୍‌ ଆଫେୟାର୍ସ ଥିଲେ ମଧ୍ୟ ଏଥର ପରସ୍ପରକୁ ନେଇ ସେମାନେ ସିରିୟସ୍‌ ଅଛନ୍ତି ବୋଲି ଜଣାପଡ଼ୁଛି। ଅପ୍‌କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଉଭୟ ଏକାଠି ନଜରକୁ ଆସିବେ। ଫିଲ୍ମଟି ଆସନ୍ତା ଡିସେମ୍ବର ୪ରେ ରିଲିଜ୍‌ ହେବ। ଏହାପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଖବର ମିଳିଛି। ଏପରି କି, ବିବାହ ତାରିଖ ମଧ୍ୟ ସ୍ଥିର ହୋଇଯାଇଥିବା କୁହାଯାଉଛି।
ଆଲିୟା-ରଣବୀରଙ୍କୁ ଅନେକ ଇଭେଣ୍ଟ ଓ ପାର୍ଟିରେ ଏକାଠି ଦେଖିବାକୁ ମିଳିଥାଏ। ଦୁହେଁ ଖୋଲାଖୋଲି ନିଜର ସମ୍ପର୍କକୁ ସ୍ବୀକାର ମଧ୍ୟ କରିଛନ୍ତି। ନିକଟରେ ରଣବୀରଙ୍କ କଜିନ୍‌ ଅର୍‌ମାନ୍‌ ମଲ୍ଲିକଙ୍କ ବିବାହ ସେରିମୋନୀରେ ଆଲିୟା-ରଣବୀରଙ୍କ ପରିବାର ପହଞ୍ଚିଥିଲେ। ରଣବୀରଙ୍କ ମା’ ନିତୁ ସିଂ ଆଲିୟାଙ୍କ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଥିଲା। ସେପଟେ ଆଲିୟାଙ୍କ ବାପା ମହେଶ ଭଟ୍ଟ ମଧ୍ୟ ରଣବୀରଙ୍କୁ ପସନ୍ଦ କରିଛନ୍ତି। ରଣବୀର ଜଣେ ଭଲ ପିଲା ବୋଲି ମହେଶ ଅନେକ ଥର କହିଛନ୍ତି। ଏ ସବୁ ଦୃଷ୍ଟିରୁ ଏଥର ଆଲିୟା-ରଣବୀରଙ୍କ ବିବାହ ପକ୍କା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri