Categories: ଜାତୀୟ

ଡିଫେନ୍ସ ଏକ୍ସପୋରେ ବନ୍ଧୁକ ଉଠାଇଲେ ମୋଦି

ଲକ୍ଷ୍ନୌ,୫।୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବୁଧବାର ଡିଫେନ୍ସ ଏକ୍ସପୋ ଆୟୋଜିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଆଧୁନିକ ଅସ୍ତ୍ରଶସ୍ତ୍ରର ଅନୁଧ୍ୟାନ କରିଥିଲେ। ସେଠାରେ କେବଳ ସେ ଅସ୍ତ୍ରଶସ୍ତ୍ରର ଅନୁଧ୍ୟାନ କରି ନ ଥିଲେ ବରଂ ଭର୍ଚୁଆଲ ଶୁଟିଂ ରେଞ୍ଜର ବନ୍ଧୁକକୁ ହାତରେ ଧରି ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଥିଲେ। ସେଠାରେ ଉପସ୍ଥିତ ଥିବା ଏକ୍ସପର୍ଟ ମୋଦିଙ୍କୁ ଅସ୍ତ୍ରଶସ୍ତ୍ର ଉପରେ ସମସ୍ତ ତଥ୍ୟ ଦେଇଥିଲେ। ଏହାପରେ ମୋଦି ନିଜ ହାତରେ ବନ୍ଧୁକ ଉଠାଇ ଗୁଳି ଚଳାଇଥିବା ଦେଖିବାକୁ ମିଳିଛି। ଭର୍ଚୁଆଲ ଶୁଟିଂ ରେଞ୍ଜ ହେଉଛି ବିଜ୍ଞାନର ଏକ ଉପଲବ୍ଧି ଯାହା ଗୁଳିକୁ ନଷ୍ଟ ନ କରି ନିଜ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଥାଏ ଏବଂ ନିଜ କ୍ଷମତାକୁ ମଧ୍ୟ ଯାଞ୍ଚ କରିଥାଏ। ତେବେ ପ୍ରତ୍ୟେକ ଯବାନଙ୍କ ପାଇଁ ଏହି ଟ୍ରେନିଂ ଅତ୍ୟନ୍ତ ଜରୁରୀ ହୋଇଥାଏ।

Share