Categories: ଫୁରସତ

ଡିପ୍ରେଶନ୍‌ ଦୂର କରେ ଅଙ୍ଗୁର

କାମର ଚାପ ହେଉକି ପାରିବାରିକ ସମସ୍ୟା ଆଜିକାଲି ଅନେକେ ଡିପ୍ରେଶନ୍‌ ବା ଅବସାଦର ଶିକାର ହେଉଛନ୍ତି। ଏଥିରୁ ମୁକୁଳିବା ପାଇଁ କିଏ କେତେ ଉପାୟ ଆପଣାଉଛନ୍ତି। ତେବେ ଜାଣି ଖୁସି ହେବେ ଛୋଟିଆ ଫଳ ଅଙ୍ଗୁର ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତ କରିପାରିବ। ଏମିତିରେ ବି ଅଙ୍ଗୁର ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଏଥିରେ କ୍ୟାଲୋରୀ, ଫାଇବର୍‌, ଭିଟାମିନ୍‌ ସି ଓ ଭିଟାମିନ୍‌ ଇ ଥାଏ। ଆୟୁର୍ବେଦରେ ବି ଏହାକୁ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ବୋଲି କୁହାଯାଏ। ତେବେ ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ, ‘ଯଦି ଆପଣ ବିସାଦଗ୍ରସ୍ତ ଏବଂ ଏଥିରୁ ମୁକ୍ତି ପାଇବାକୁ ଚାହାନ୍ତି ତେବେ ଅଙ୍ଗୁର ନିଶ୍ଚୟ ଖାଆନ୍ତୁ। କାରଣ ଅଙ୍ଗୁର ମନୋବିକାର କମ୍‌ କରିଥାଏ।’ ଉକ୍ତ ଗବେଷଣା ଅନୁସାରେ ଅଙ୍ଗୁରରୁ ମିଳୁଥିବା ନୈସର୍ଗିକ ତତ୍ତ୍ୱ ହତାଶା ଭଳି ମନୋବିକାର କମ୍‌ କରିପାରେ। ଗବେଷଣାର ମୁଖ୍ୟ ଗବେଷକ ତଥା ନ୍ୟୁୟର୍କର ମେଡିସିନ ପ୍ରଫେସର୍‌ ଗିୟୁଲିଓ ମାରିୟା ପସିନେତି କହନ୍ତି, ‘ଅଙ୍ଗୁରରେ ଥିବା ବାୟୋଆକ୍ଟିଭ୍‌ ଡାୟଟାରୀ ପଲିଫିନଲ କମ୍ପାଉଣ୍ଡ ଉତ୍ତେଜନା ସହ ଜଡିତ କୋଶ ଓ ଆଣବିକ ମାର୍ଗକୁ ନଷ୍ଟ କରି ନିରାଶା ସ୍ଥିତିରୁ ବାହାରକୁ ବାହାରିବାରେ ସାହାଯ୍ୟ କରିଥାଏ। ତେଣୁ ଅଙ୍ଗୁରକୁ ନିଜର ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ ଏବଂ ଡିପ୍ରେଶନ୍‌ ସମସ୍ୟାରୁ ମୁକ୍ତି ପାଆନ୍ତୁ।

Share