Categories: ବାଣିଜ୍ୟ

ଡିଜିଟାଲ ପେମେଣ୍ଟ:ଆର୍‌ବିଆଇକୁ ରିପୋର୍ଟ ଦେଲା ନିଲେକାନି କମିଟି

ନୂଆଦିଲ୍ଲୀ,୧୯-୫: ଡିଜିଟାଲ ପେମେଣ୍ଟକୁ ନେଇ ନନ୍ଦନ ନିଲେକାନିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି। ଦେଶରେ ଆଧାର ପରିଚୟପତ୍ର ଯୋଜନାକୁ ଲାଗୁ କରିବାରେ ନିଲେକାନିଙ୍କ ଅବଦାନ ଯଥେଷ୍ଟ। ଚଳିତ ବର୍ଷ ଜାନୁୟାରୀରେ ଏହି କମିଟି ଗଠନ କରାଯାଇଥିଲା। ଡିଜିଟାଲିକରଣ ମାଧ୍ୟମରେ ଆର୍ଥିକ ଏକୀକରଣ କରିବା ତଥା ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ନେଇ କି ପ୍ରକାର ପଦକ୍ଷେପ ନିଆଯାଇପାରିବ ସେ ସଂକ୍ରାନ୍ତରେ ନିଲେକାନି କମିଟି ସୁପାରିସ୍‌ କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଏହା କମିଟିର ରିପୋର୍ଟକୁ ତର୍ଜମା କରିବା ପରେ ଏହାକୁ କ୍ରିୟାନ୍ବୟନ କରିବ ଏବଂ ନିଜର ୨୦୨୧ ପେମେଣ୍ଟ ବ୍ୟବସ୍ଥାର ଭିଜନ ଡକ୍ୟୁମେଣ୍ଟରେ ସାମିଲ କରିବ।

Share