Categories: ଫୁରସତ

ଡିଜାଷ୍ଟର କାଫେ: ଖାଇଲାବେଳେ ଭୂମିକମ୍ପର ଅନୁଭୂତି

ଖାଇଲାବେଳେ ଭୂମିକମ୍ପର ଅନୁଭୂତି ନେବା ପାଇଁ ଚାହାନ୍ତି କି? ତେବେ ଏହି କାଫେ ହେଉଛି ଆପଣଙ୍କ ପାଇଁ ଉପଯୁକ୍ତ ସ୍ଥାନ। ସ୍ପେନ୍‌ର ଗିରୋନାଠାରେ ଥିବା ‘ଡିଜାଷ୍ଟର କାଫେ’ ଏହାର ଗ୍ରାହକମାନଙ୍କୁ ଦେଇଥାଏ ଏକ ନିଆରା ଅନୁଭୂତି । ଗୁମ୍ଫା ଆକୃତିର ହୋଇଥିବା ଏହି କାଫେରେ ଦର୍ଶକମାନେ ନିଜ ମନପସନ୍ଦର ଖାଇବା ଅର୍ଡର କରିବା ସହ ଖାଇଲାବେଳେ ୭.୮ ମାଗ୍ନିଚ୍ୟୁଡ ତୀବ୍ରତାର ଭୂମିକମ୍ପ ଝଟକା ମଧ୍ୟ ଅନୁଭବ କରିପାରିବେ। ଏଠାକାର ଓ୍ବେଟରମାନେ କନ୍‌ଷ୍ଟ୍ରକ୍ସନ୍‌ ସୁଟ୍‌ ସହ ହେଲମେଟ୍‌ ପିନ୍ଧିଥାନ୍ତି । ଏଠାରେ ଗ୍ରାହକମାନଙ୍କୁ ଓଜନିଆ ପ୍ଲେଟ ଆଦିରେ ଖାଦ୍ୟ ପରଷା ଯାଇଥାଏ, ଫଳରେ ଭୂମିକମ୍ପ ବେଳେ ଖାଦ୍ୟ ପଦାର୍ଥ ତଳେ ପଡିଯିବାର ଭୟ ନ ଥାଏ। କୃତ୍ରିମ ଉପାୟରେ ଭୂମିକମ୍ପ ସୃଷ୍ଟି କରାଯାଉଥିବା ଏହି କାଫେରେ ନିଆରା ଅନୁଭୂତି ନେବା ପାଇଁ ପ୍ରତ୍ୟେକ ଦିନ ଏଠାରେ ଗ୍ରାହକଙ୍କ ଭିଡ ଜମେ ।

Share