Categories: ଜାତୀୟ

ଡିଏମ୍‌କେରେ ଯୋଗଦେଲେ ତାମିଲନାଡୁ ଭାଜପା ଉପାଧ୍ୟକ୍ଷ

ଚେନ୍ନାଇ,୫।୧୨: ତାମିଲନାଡୁର ଭାରତୀୟ ଜନତା ପାର୍ଟି(ଭାଜପା) ଉପାଧ୍ୟକ୍ଷ ବିଟି. ଅରସକୁମାର ଗୁରୁବାର ଡିଏମ୍‌କେରେ ଯୋଗ ଦେଇଛନ୍ତି। ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନଙ୍କ ଉପସ୍ଥିତିରେ ସେ ଅରିଭାଲୟମଠାରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟରେ ଡିଏମ୍‌କେରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ଅରସକୁମାର ଡିସେମ୍ବର ୧ରେ ଏକ ବିବାହ ଉତ୍ସବରେ ଷ୍ଟାଲିନଙ୍କର ଖୁବ୍‌ ପ୍ରଶଂସା କରିଥିଲେ। ଆଉ ଆଗାମୀ ନିର୍ବାଚନ ପରେ ସେ ଷ୍ଟାଲିନଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହାନ୍ତି ବୋଲି କହିଥିଲେ। ତାଙ୍କର ଏହି କଥାକୁ ନେଇ ଭାଜପାର ନେତାମାନେ ଅରସକୁମାରଙ୍କୁ ସୋସିଆଲ ମିଡିଆରେ ଉପହାସ କରିଥିଲେ। ଆଉ ଏବେ ସେ ଡିଏମ୍‌କେରେ ଯୋଗ ଦେଇ କହିଛନ୍ତି ଭାଜପାରେ ବହୁ ବିଶୃଙ୍ଖଳିତ ନେତା ରହିଛନ୍ତି।

Share