Categories: ବାଣିଜ୍ୟ

ଡିଏଚ୍‌ଏଫ୍‌ଏଲ୍‌ର ତଦନ୍ତ କରିବ ଏସ୍‌ଏଫ୍‌ଆଇଓ

ନୂଆଦିଲ୍ଲୀ,୩୦-୧୦: ଦଓ୍ବୋନ ହାଉସିଂ ଫାଇନାନ୍ସ ଲିମିଟେଡର ଆର୍ଥତ୍କ ହେରଫେର ମାମଲାର ତଦନ୍ତ ଭାର ସିରିୟସ ଫ୍ରଡ ଇନଭେଷ୍ଟିଗେଶନ ଅଫିସ(ଏସ୍‌ ଏଫ୍‌ଆଇଓ)କୁ ପ୍ରଦାନ କରାଯିବ। ଏହାର ତଦନ୍ତ ନେଇ ଏସ୍‌ଏଫ୍‌ଆଇଓକୁ ଶୀଘ୍ର ସରକାର ନିର୍ଦ୍ଦେଶ ଦେବେ ବୋଲି ଜଣାପଡିଛି। ଏହି ମାମଲାରେ ଅର୍ଥ ହେରଫେର ହୋଇଥିବା ରେଜିଷ୍ଟ୍ରାର ଅଫ୍‌ କମ୍ପାନୀଜର ମୁମ୍ବାଇ କାର୍ଯ୍ୟାଳୟ ପ୍ରଥମେ ରିପୋର୍ଟ ଦେଇଥିଲା। ଉକ୍ତ ମାମଲା ଏସ୍‌ଏଫଆଇଓକୁ ହସ୍ତାନ୍ତର ହେବାର ଅଧିକ ସମ୍ଭାବନା ରହିଛି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ଏନେଇ ଚୂଡାନ୍ତ ହୋଇଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ମୋଟ ୯୭ ହଜାର କୋଟି ବ୍ୟାଙ୍କ ଋଣ ମଧ୍ୟରୁ ୩୧ ହଜାର କୋଟି ଭୂତ କମ୍ପାନୀଙ୍କ ଦ୍ୱାରା ଅନ୍ୟତ୍ର ପଠାଇ ଦିଆଯାଇଛି। କାରବାର ହୋଇଥିବା ଭୂତ କମ୍ପାନୀଙ୍କ ଠିକଣା ଦିଆଯାଇଥିବା ବେଳେ ସେହି ସ୍ଥାନଗୁଡିକରେ କମ୍ପାନୀ ନ ଥିବା ଜଣାପଡ଼ିଛି।

Share