ବ୍ରହ୍ମପୁର ଅଫିସ,୫ା୧୧-ଗଞ୍ଜାମ ଜିଲା ଉପଭୋକ୍ତା ବିକାଶ ସମାଧାନ ମଞ୍ଚ ପକ୍ଷରୁ ୬ ଜଣ ଜମାକାରୀଙ୍କୁ ତାଙ୍କ ଟଙ୍କା ଫେରସ୍ତ ପାଇଁ ଡାଟୁମ ଚିଟ୍ଫଣ୍ଡ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଜମାକାରୀଙ୍କୁ ତାଙ୍କ ମାଚ୍ୟୁରିଟି ରାଶି ସହିତ କ୍ଷତି ପୂରଣ ଓ ମମାଲାର ଖର୍ଚ୍ଚ ପ୍ରଦାନ କରିବାକୁ ମଞ୍ଚ ନିର୍ଦ୍ଦେଶ ଦେଇଛି ବୋଲି ଉପଭୋକ୍ତା ସୁରକ୍ଷା କେନ୍ଦ୍ର ଓକିଲ ସତୀଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ୨୦୦୯ରେ ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁର ବ୍ଲକ ସାମନ୍ତିଆପଲି ଗ୍ରାମର କେ.ଯଶୋଦା, ଜି.ଅଜୁରାମ, ଏନ୍.କମାମ୍ମା, କେ.ବାପଣମ୍ମା, ଡ଼ି. ସନ୍ତାମ୍ମା ଓ କେ. ଜମାଲୁ ଗୋଳନ୍ଥରା ଥାନା ଅଞ୍ଚଳରେ ଥିବା ଡାଟୁମ ଅର୍ଥ ଲଗାଣକାରୀ ସଂସ୍ଥାରେ ଟଙ୍କା ଜମା କରିଥିଲେ। ନିର୍ଦ୍ଧାରିତ ସମୟରେ ସଂସ୍ଥା ଜମାକାରୀଙ୍କ ଟଙ୍କା ଫେରସ୍ତ କରି ନ ଥିଲା। ପରେ ଜମାକାରୀମାନେ ବୈଦିକ ଅନୁଷ୍ଠାନର ସହାୟତା ନେଇଥିଲେ। ୨୦୧୭ରେ ଉପରୋକ୍ତ ମଞ୍ଚରେ ଏନେଇ ମାମଲା ରୁଜୁୁ ହୋଇଥିଲା। ମଞ୍ଚ ପକ୍ଷରୁ ଡାଟୁମ ସଂସ୍ଥାକୁ ହାଜର ପାଇଁ ନୋଟିସ ଜାରି ହୋଇଥିଲା। ହେଲେ ସଂସ୍ଥା ପକ୍ଷରୁ ପକ୍ଷ ରଖାଯାଇ ନ ଥିଲା। ଫଳରେ ମଞ୍ଚ ଏହି ମାମଲାର ଶୁଣାଣି କରି ଉକ୍ତ ଜମାକାରୀମାନଙ୍କୁ ତାଙ୍କ ମୂଳ ୨୭୦୦ ଟଙ୍କା ସହ ୮ ପ୍ରତିଶତ ସୁଧ, ୧ ହଜାର ଟଙ୍କା କ୍ଷତିପୂରଣ ଏବଂ ମାମଲା ପରିଚାଳନା ବାବଦକୁ ୫ ଶହ ଟଙ୍କା ପ୍ରଦାନ କରିବାକୁ ସଂସ୍ଥାର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆଇନଜୀବୀ ପାଣିଗ୍ରାହୀ କହିଛନ୍ତି। ଯଦି ଏହାର ଖିଲାପ ହୁଏ ତେବେ ମୋଟ ଟଙ୍କାର ବାର୍ଷିକ ୧୨ ପ୍ରତିଶତ ସୁଧ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ବୋଲି ସେ କହିଛନ୍ତି।
ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…
ଛତ୍ରପୁର,୮।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…
ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…
ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର
ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…
ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…
ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…
ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…
ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…
ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ
ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…
ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ
ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…
Archives

