ଡାକ୍ତର-ପୋଲିସଙ୍କୁ ଅସମ୍ମାନ ଜଣାଉଥିବା ବ୍ୟକ୍ତିଙ୍କୁ ଭାଇଜାନ୍‌ଙ୍କ ଭତ୍ସନା: କହିଲେ ‘କିଛି ଜୋକର୍‌ଙ୍କ ପାଇଁ ଭାରତରେ ବ୍ୟାପିବାରେ ଲାଗିଛି କରୋନା’

ବମ୍ବେ: କରୋନା ମହାମାରୀ ମୁକାବିଲା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଡାକ୍ତର ଏବଂ ପୋଲିସ କର୍ମଚାରୀ। ପୋଲିସ ଲୋକମାନଙ୍କୁ ସଚେତନ କରୁଥିବା ବେଳେ ସଂକ୍ରମିତଙ୍କ ଚିକିତ୍ସା ଭାର ନିଜ କାନ୍ଧରେ ସମ୍ଭାଳିଛନ୍ତି ଡାକ୍ତରମାନେ। ହେଲେ କିଛି ଲୋକ ସେମାନଙ୍କୁ ଅସଦ୍‌ବ୍ୟବହାର କରୁଛନ୍ତି। ଏହାକୁ ଜୋକରର କାର୍ଯ୍ୟକଳାପ କହିଛନ୍ତି ବଲିଉଡ୍‌ ଭାଇଜାନ୍‌ ତଥା ସଲମାନ ଖାନ୍‌।

ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ନିଜର ମନକଥା କହିଛନ୍ତି ଭାଇଜାନ୍‌। କରୋନା ମୁକାବିଲା ଲାଗି ମାସ୍କ ପିନ୍ଧିବା ଜରୁରୀ। ଲୋକମାନଙ୍କଠାରୁ ଦୂରରେ ରହିବା ଆବଶ୍ୟକ। ଏପରି ନ କଲେ ଜଣେ ନିଜ ପରିବାର ସହ ସମଗ୍ର ଦେଶକୁ ବିପଦ ମୁହଁକୁ ଠେଲିଦେବ। ଯଦି ଭଗବାନଙ୍କୁ ପୂଜିବାକୁ ଇଚ୍ଛା, ମନେପକାଇବାକୁ ଇଚ୍ଛା ତେବେ ଏହି ସମୟରେ ଘରୁ ସେମାନଙ୍କୁ ମନେ ପକାନ୍ତୁ। ଅନ୍ୟମାନଙ୍କୁ ଭେଟନ୍ତୁ ନାହିଁ। ସମସ୍ତ ଭାରତବାସୀଙ୍କୁ ବଞ୍ଚାଇବା ପ୍ରୟାସରେ ଲାଗିଥିବାରୁ ଡାକ୍ତର ଏବଂ ପୋଲିସ କର୍ମଚାରୀଙ୍କୁ ସମ୍ମାନ ଦିଅନ୍ତୁ। ଏବେ କିଛି ଜୋକରଙ୍କ ପାଇଁ କରୋନା ମାଡ଼ିବାରେ ଲାଗିଛି। ଫଳରେ ଲକ୍‌ଡାଉନ୍‌ ସମୟକୁ ବୃଦ୍ଧି କରିବାକୁ ପଡ଼ିଛି। ନ ହେଲେ ସବୁକିଛି ଠିକ୍‌ ହୋଇସାରନ୍ତାଣି। ଆମେ କାମ କରିବା ଲାଗି ପ୍ରସ୍ତୁତ ହୋଇସାରିଲେଣି। ଉକ୍ତ ବ୍ୟକ୍ତିମାନେ ସମସ୍ତଙ୍କୁ ମଧ୍ୟ ନିଜର ଏବଂ ଅନ୍ୟମାନଙ୍କ ଜୀବନ ସହ ଖେଳିବାକୁ କହିଥିବା ସଲମାନ୍‌ କଡ଼ା ଭାଷାରେ କହିଛନ୍ତି।

ତେବେ ସଲମାନ ଏବେ ନିଜ ଫାର୍ମହାଉସ୍‌ରେ ଅଛନ୍ତି। ତାଙ୍କ ସହ ପରିବାରର ସମସ୍ତେ ଫସି ରହିଛନ୍ତି। ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତେ ଘରେ ରହୁଛନ୍ତି।

Share