ଡାକ୍ତର ଓ ସ୍ବାସ୍ଥ୍ୟ ସେବିକାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ୩ ଘଣ୍ଟା ଧରି ରୋଗୀସେବା ବ୍ୟାହତ

ବାରିପଦା ଅଫିସ, ୩୦।୬- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍‌ପିଟାଲରେ ଚିକତ୍ସା ସେବା ନ ମିଳିବା ଘଟଣାକୁ ନେଇ ଶନିବାର ଗଣ୍ଡଗୋଳ ଘଟି କାର୍ଯ୍ୟବନ୍ଦ ଆନ୍ଦୋଳନ ଯାଏ କଥା ଯାଇଛି। ରୋଗୀଙ୍କ ସମ୍ପର୍କୀୟ ଏବଂ ସ୍ବାସ୍ଥ୍ୟସେବିକାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ରୋଗୀଙ୍କ ସମ୍ପର୍କୀୟମାନେ ଦୁର୍ବ୍ୟବହାର କରିଥିବା ଡାକ୍ତର ଓ ସ୍ବାସ୍ଥ୍ୟ ସେବିକାମାନେ ଅଭିଯୋଗ କରି ଚିକିତ୍ସାଳୟ ପରିସରରେ ଥିବା ଫାଣ୍ଡି ନିକଟରେ ନିଜର ସୁରକ୍ଷା ଦାବରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଫଳରେ ପ୍ରାୟ ୩ ଘଣ୍ଟା ଧରି ରୋଗୀସେବା ବ୍ୟାହତ ହୋଇଥିଲା। ପରେ ଜିଲା ମୁଖ୍ୟଚିକିତ୍ସା ଅଧିକାରୀ ପ୍ରଦୀପ ମହାପାତ୍ର ଘଟଣାସ୍ଥଳକୁ ଆସି ଡାକ୍ତର ଓ ସେବିକାଙ୍କ ସହ ଆଲୋଚନା କରି ବୁଝାଶୁୁଝା କରିବାରୁ ଅପରାହ୍ନ ୩ଟା ବେଳକୁ ସ୍ବାସ୍ଥ୍ୟସେବା ସ୍ବାଭାବିକ ହୋଇଥିଲା। ବୁଝାଶୁଝା ଉଦ୍ୟମ ବେଳେ ୨ଜଣ ଡାକ୍ତର, ପୋଲିସ ଅଧିକାରୀ ଓ ଉପସ୍ଥିତ ଗଣମାଧ୍ୟମ ପ୍ରତିନଧିଙ୍କ ସହିତ ମଧ୍ୟ କଥା କଟାକଟି ହୋଇଥିଲା।
ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ, ଶନିବାର ସକାଳେ ମହିଳା ବିଭାଗର ମେଡିସିନ ୱାର୍ଡରେ ଝାରପୋଖରିଆ ଥାନା ଏକଡାଲି ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ସେହି ୱାର୍ଡର ଅନ୍ୟ ଜଣେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ସମ୍ପର୍କୀୟମାନେ ଡାକ୍ତର ଓ ନର୍ସଙ୍କୁ ଡାକିବାକୁ ଯାଇଥିଲେ। ଡ୍ୟୁଟିରେ ଥିବା ଜଣେ ନର୍ସ ସେମାନଙ୍କ କଥାକୁ ହାଲୁକା ଭାବେ ନେଇ ବସି ରହିଥିଲେ। କିଛି ସମୟ ପରେ ରୋଗୀଙ୍କ ସମ୍ପର୍କୀୟମାନେ ପୁନର୍ବାର ଡାକ୍ତରଙ୍କୁ ଡାକିବାକୁ ଯାଇଥିବା ବେଳେ ନର୍ସଙ୍କ ସହିତ କଥା କଟାକଟି ହୋଇ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ମେଡିକାଲ କଲେଜର ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟସେବିକା ମଧ୍ୟାହ୍ନ ୧୨ଟା ବେଳେ ମେଡିକାଲ ଫାଣ୍ଡି ନିକଟକୁ ଆସି ଆନ୍ଦୋଳନ କରିଥିଲେ। ସେମାନଙ୍କୁ ସୁରକ୍ଷା ଯୋଗାଇ ଦିିଆ ନ ଗଲେ କାର୍ଯ୍ୟ କରିବେ ନାହିଁ ବୋଲି ଅଡି ବସିଥିଲେ। ଖବର ପାଇ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ସଦଳବଳେ ଘଟଣା ସ୍ଥଳକୁ ଆସି ବୁଝାଶୁୁଝା ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ମେଡିକାଲ କଲେଜ ପରିଚାଳନା ଦାୟିତ୍ୱରେ ଥିବା କୌଣସି ପ୍ରଶାସନିକ ଅଧିକାରୀ ଉପସ୍ଥିତ ନ ଥିବାରୁ ପୋଲିସ ଅସହାୟ ଭାବେ ବସି ରହିଥିଲା। ପରେ ଜିଲା ମୁଖ୍ୟଚିକିତ୍ସା ଅଧିକାରୀ ଆସି ଡାକ୍ତର ଓ ସ୍ବାସ୍ଥ୍ୟସେବିକାଙ୍କ ସହ ଆଲୋଚନା କରି ସେମାନଙ୍କୁ ମନାଇ ଥିଲେ। କଥାବାର୍ତ୍ତା ବେଳେ ବେଳେ ଦୁଇ ଜଣ ଡାକ୍ତର ପୋଲିସ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ କଥାକଟା କଟି ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଉପସ୍ଥିତ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତର ଓ ସେବୀକାଙ୍କୁ ଘେରାଉ କରି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ଭଲ ବ୍ୟବହାର କରିବାକୁ ଦାବି କରିଥିଲେ। ଉପସ୍ଥିତ ପୋଲିସ ଫୋର୍ସ ପରିସ୍ଥିତିକୁ ଆୟତ୍ତ କରି ନେଇଥିଲେ। ସ୍ବାସ୍ଥ୍ୟ ସେବିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବାରିପଦା ଟାଉନ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି। ଡାକ୍ତର କିମ୍ବା ସ୍ବାସ୍ଥ୍ୟସେବିକାଙ୍କ ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇ ନ ଥିବା ପୋଲିସ କହିଛି। ଉଲ୍ଳେଖନୀୟ ଯେ, ମେଡିକାଲ କଲେଜ ହସ୍‌ପିଟାଲରେ ଚିକିତ୍ସା କାର୍ଯ୍ୟରେ ଅବହେଳା କରାଯିବା ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ବିଭିନ୍ନ ସମୟରେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ପାଲଟା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri