Categories: ଫୁରସତ

ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ଶନ ସମସ୍ତେ ପଢ଼ିପାରନ୍ତିନି, ଜାଣନ୍ତୁ କାହିଁକି…

ଡାକ୍ତରଙ୍କ ହସ୍ତାକ୍ଷର ସବୁଠାରୁ ନିଆରା। ସେମାନଙ୍କ ଦ୍ୱାରା ଲେଖାଯାଉଥିବା ପ୍ରେସ୍‌କ୍ରିପ୍‌ଶନ ପଢ଼ିବା ଏବଂ ବୁଝିବା କଷ୍ଟକର। ଡାକ୍ତରମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ଅନେକ ମେଡିସିନର ନାମ ଲେଖିଥାନ୍ତି। ମାତ୍ର ତାଙ୍କ ଅକ୍ଷର ଦେଖିଲେ ମନରେ ଅନେକ ପ୍ରଶ୍ନ ଆସିଥାଏ। ଡାକ୍ତରମାନେ ଏପରି ଅକ୍ଷରରେ କାହିଁକି ଲେଖିଥାନ୍ତି, ଆସନ୍ତୁ ଜାଣିବା ଏହା ପଛର କାରଣ ସମ୍ପର୍କରେ:
ଡାକ୍ତରଙ୍କ ଏପରି ହାତଲେଖା ପଛର ବଡ଼ କାରଣ ହେଲା, ଅଧିକ ଲେଖିବା। ପରୀକ୍ଷା ସମୟରେ ମେଡିକାଲ ଛାତ୍ରୀଛାତ୍ରମାନଙ୍କୁ ଖୁବ୍‌ କମ୍‌ ସମୟ ମଧ୍ୟରେ ବହୁତ ଲେଖିବାକୁ ପଡ଼ିଥାଏ। ଏହାଦ୍ୱାରା ସେମାନେ ନିଜ ଅକ୍ଷର ଉପରେ ଧ୍ୟାନ ନ ଦେଇ କେବଳ ଉତ୍ତର ଲେଖିଥାନ୍ତି। ଫଳରେ ଧୀରେ ଧୀରେ ସେମାନଙ୍କ ଅକ୍ଷର ଖରାପ ହୋଇଥାଏ।
ଡାକ୍ତରଙ୍କ ହସ୍ତାକ୍ଷର ବୁଝି ନ ହେବାରୁ ମେଡିକାଲ କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ଏମ୍‌ସିଆଇ) ପକ୍ଷରୁ ଏକ ଗାଇଡ୍‌ଲାଇନ ଜାରି କରାଯାଇଛି। ଉକ୍ତ ଗାଇଡ୍‌ଲାଇନ ଅନୁସାରେ, ରୋଗୀ ଚିକିତ୍ସା ପାଇଁ ଲେଖାଯାଉଥିବା ପ୍ରେସ୍‌କ୍ରିପ୍‌ଶନ କ୍ୟାପିଟାଲ ଲେଟର ଏବଂ ପ୍ରାଞ୍ଜଳ ଭାବରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କ’ଣ ଲେଖାଗଲା ତାହା ରୋଗୀଙ୍କୁ ବୁଝାଇବାକୁ ହେବ। ଫଳରେ ଉକ୍ତ ଲେଖାକୁ ଯେପରି ସମସ୍ତେ ବୁଝିପାରିବେ।

Share