ଡାକ୍ତରଙ୍କୁ ମିଳୁନି କାଗଜ:ଆଟାରେ ଲେଖିଲେ ପ୍ରେସ୍‌କ୍ରିପସନ୍‌

ରଣପୁର,୨୫।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟର ଜଣେ ଡାକ୍ତର ଆଟାରେ ପ୍ରେସ୍‌କ୍ରିପସନ୍‌ ଲେଖିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପ୍ରେସ୍‌କ୍ରିପସନ୍‌ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଅଭିଯୋଗ ଅନୁସାରେ ଗୋପାଳପୁର ଅଞ୍ଚଳର ଜଣେ ମହିଳା ରୋଗୀ ଅସୁସ୍ଥତା କାରଣରୁ ଚିକିତ୍ସା ପାଇଁ ସୋମବାର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟକୁ ଯାଇଥିଲେ। ହେଲେ ଡାକ୍ତର ନ ଥିବାରୁ କିଛି ଦଲାଲଙ୍କ ପ୍ରରୋଚନାରେ ଭେସଜ ଡାକ୍ତରଙ୍କ କ୍ୱାର୍ଟର୍ସକୁ ଯାଇଥିଲେ । ସେଠାରେ ଡାକ୍ତର ୨୦୦ ଟଙ୍କା ଫିସ୍‌ ନେଇ ମେଡିସିନ୍‌ ଆସୁଥିବା ପେଟିକୁ ଚିରି ତାର ଏକ ଟୁକୁରା ଖଣ୍ଡ (ଆଟା)ରେ ପ୍ରେସ୍‌କ୍ରିପସନ୍‌ ଲେଖିଥିଲେ। ରୋଗୀଙ୍କ ଯୁକ୍ତି ହେଲା ଡାକ୍ତର ଯାହା ଫିସ୍‌ ମାଗିଲେ ଦେଲି, ହେଲେ କାଗଜ ଖଣ୍ଡିଏ ମଧ୍ୟ ତାଙ୍କ ପାଖରେ ନ ଥିଲା ପ୍ରେସ୍‌କ୍ରିପସନ୍‌ ଲେଖିବା ପାଇଁ । ଅଦରକାରୀ ଭାବେ ପଡିରହିଥିବା ଆଟାରେ ପ୍ରେସ୍‌କ୍ରିପସନ୍‌ ଲେଖିବା କେତେଦୂର ଠିକ୍‌ ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ନେଇ ସିଡିଏମ୍‌ଓ ଶ୍ୱେତ ମହାପାତ୍ର କୁହନ୍ତି, ଆଟାରେ ପ୍ରେସ୍‌କ୍ରିପସନ ଲେଖିବା ଠିକ୍‌ ନୁହେଁ । ଫିସ୍‌ ନେଇ ଡାକ୍ତର ଏପରି କାହିଁକି କଲେ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଥିଲେ।
କାର୍ଯ୍ୟ ଦିବସରେ କ୍ୱାର୍ଟର୍ସରେ ଦେଖୁଛନ୍ତି ରୋଗୀ
ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଅଧିକାଂଶ ସମୟରେ ଡାକ୍ତର ରହୁ ନାହାନ୍ତି। ଡାକ୍ତର କ୍ୱାର୍ଟର୍ସକୁ ଆସି ରୋଗୀ ଦେଖୁଛନ୍ତି। ଚିକିତ୍ସାଳୟରେ ରୋଗୀଙ୍କୁ ଦେଖିଲେ ଫିସ୍‌ ମିଳିବନି। କ୍ୱାର୍ଟର୍ସକୁ ଆସିଲେ ରୋଗୀପିଛା ୨୦୦ରୁ ୩୦୦ ଟଙ୍କା ମିଳୁଛି । ଗୋପାଳପୁରର ରୋଗୀ ସୋମବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଚିକିତ୍ସାଳୟରେ ପହଞ୍ଚତ୍ଥିଲେ। ମାଗଣା ସେବା ପାଇବା ବଦଳରେ ସେ ୨୦୦ ଟଙ୍କା ଦେଇ ରୋଗ ଦେଖାଇଥିଲେ। ଡ୍ୟୁଟି ସମୟରେ ଡାକ୍ତର ଜଣକ ସରକାରୀ କ୍ୱାର୍ଟର୍ସରେ ରହି ଫିସ୍‌ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଣି କ୍ୱାର୍ଟର୍ସ ସମ୍ମୁଖରେ ଅଧିକାଂଶ ଡାକ୍ତର ଫିସ୍‌ ପ୍ରାପ୍ୟ ଲେଖିଛନ୍ତି। ଏ ନେଇ ଉକ୍ତ ଚିକିତ୍ସାଳୟର ଭେସଜ ବିଶେଷଜ୍ଞ ଡା. ପ୍ରଭାତ କୁମାର ସାହୁ କୁହନ୍ତି, ୨୦୦ ଟଙ୍କା ନେଇ ରୋଗୀ ଦେଖିଥିଲି। କାଗଜ ନ ଥିବାରୁ ଆଟାରେ ପ୍ରେସକ୍ରିପସନ ଲେଖିଥିବା ସେ ସ୍ବୀକାର କରିଛନ୍ତି।
ରୋଗୀ ଶୋଷଣର ଶିକାର
ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଡାକ୍ତର ଥିଲେ ମଧ୍ୟ ସେବା ମିଳୁନି । ଡାକ୍ତର ସେବା ଦେବା ଅପେକ୍ଷା ଫିସ୍‌ ନେବାକୁ ଅଧିକ ଗୁରୁତ୍ୱ ଦେଉଥିବା ଅଭିଯୋଗ ହୋଇ ଆସୁଛି । ପୁଣି କମ ପଇସାରେ ଭଲ ହେବା ଔଷଧ ବଦଳରେ ଦାମୀ ଔଷଧ ଲେଖୁଥିବାରୁ ରୋଗୀ କେବଳ ଶୋଷଣ ହୋଇ ଚାଲିଛି।
ଦଲାଲ ସର୍ବେସର୍ବା
ଏହି ଚିକିତ୍ସାଳୟରେ ଦଲାଲ ସର୍ବେସର୍ବା ପାଲଟିଛନ୍ତି। ସେମାନଙ୍କୁ ନ ଧରିଲେ କୌଣସି କାମ ହେଉ ନାହିଁ। ସରକାରୀ ଡାକ୍ତରଙ୍କୁ ରୋଗୀ ଦେଖାଇବାକୁ ଦଲାଲ ମଧ୍ୟସ୍ଥି ସାଜୁଛନ୍ତି। ଦଲାଲଙ୍କୁ ନ ଧରିଲେ ଡାକ୍ତର ପ୍ରେସ୍‌କ୍ରିପସନ ଠିକ୍‌ ଭାବେ ଲେଖୁ ନାହାନ୍ତି। ନିରାମୟ ଏଠାରେ ବାଟବଣା । ଡାକ୍ତର ମାଗଣା ଔଷଧ ଲେଖିବା ବଦଳରେ ଦୋକାନୀ ଔଷଧକୁ ଗୁରୁତ୍ୱ ଦେଉଛନ୍ତି, ଯାହା ଆଟାରେ ଲେଖାଥିବା ପ୍ରେସ୍‌କ୍ରିପସନ ପ୍ରମାଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri