ଡାକ୍ତରଙ୍କୁ ମିଳୁନି କାଗଜ:ଆଟାରେ ଲେଖିଲେ ପ୍ରେସ୍‌କ୍ରିପସନ୍‌

ରଣପୁର,୨୫।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟର ଜଣେ ଡାକ୍ତର ଆଟାରେ ପ୍ରେସ୍‌କ୍ରିପସନ୍‌ ଲେଖିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପ୍ରେସ୍‌କ୍ରିପସନ୍‌ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଅଭିଯୋଗ ଅନୁସାରେ ଗୋପାଳପୁର ଅଞ୍ଚଳର ଜଣେ ମହିଳା ରୋଗୀ ଅସୁସ୍ଥତା କାରଣରୁ ଚିକିତ୍ସା ପାଇଁ ସୋମବାର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟକୁ ଯାଇଥିଲେ। ହେଲେ ଡାକ୍ତର ନ ଥିବାରୁ କିଛି ଦଲାଲଙ୍କ ପ୍ରରୋଚନାରେ ଭେସଜ ଡାକ୍ତରଙ୍କ କ୍ୱାର୍ଟର୍ସକୁ ଯାଇଥିଲେ । ସେଠାରେ ଡାକ୍ତର ୨୦୦ ଟଙ୍କା ଫିସ୍‌ ନେଇ ମେଡିସିନ୍‌ ଆସୁଥିବା ପେଟିକୁ ଚିରି ତାର ଏକ ଟୁକୁରା ଖଣ୍ଡ (ଆଟା)ରେ ପ୍ରେସ୍‌କ୍ରିପସନ୍‌ ଲେଖିଥିଲେ। ରୋଗୀଙ୍କ ଯୁକ୍ତି ହେଲା ଡାକ୍ତର ଯାହା ଫିସ୍‌ ମାଗିଲେ ଦେଲି, ହେଲେ କାଗଜ ଖଣ୍ଡିଏ ମଧ୍ୟ ତାଙ୍କ ପାଖରେ ନ ଥିଲା ପ୍ରେସ୍‌କ୍ରିପସନ୍‌ ଲେଖିବା ପାଇଁ । ଅଦରକାରୀ ଭାବେ ପଡିରହିଥିବା ଆଟାରେ ପ୍ରେସ୍‌କ୍ରିପସନ୍‌ ଲେଖିବା କେତେଦୂର ଠିକ୍‌ ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ନେଇ ସିଡିଏମ୍‌ଓ ଶ୍ୱେତ ମହାପାତ୍ର କୁହନ୍ତି, ଆଟାରେ ପ୍ରେସ୍‌କ୍ରିପସନ ଲେଖିବା ଠିକ୍‌ ନୁହେଁ । ଫିସ୍‌ ନେଇ ଡାକ୍ତର ଏପରି କାହିଁକି କଲେ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଥିଲେ।
କାର୍ଯ୍ୟ ଦିବସରେ କ୍ୱାର୍ଟର୍ସରେ ଦେଖୁଛନ୍ତି ରୋଗୀ
ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଅଧିକାଂଶ ସମୟରେ ଡାକ୍ତର ରହୁ ନାହାନ୍ତି। ଡାକ୍ତର କ୍ୱାର୍ଟର୍ସକୁ ଆସି ରୋଗୀ ଦେଖୁଛନ୍ତି। ଚିକିତ୍ସାଳୟରେ ରୋଗୀଙ୍କୁ ଦେଖିଲେ ଫିସ୍‌ ମିଳିବନି। କ୍ୱାର୍ଟର୍ସକୁ ଆସିଲେ ରୋଗୀପିଛା ୨୦୦ରୁ ୩୦୦ ଟଙ୍କା ମିଳୁଛି । ଗୋପାଳପୁରର ରୋଗୀ ସୋମବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଚିକିତ୍ସାଳୟରେ ପହଞ୍ଚତ୍ଥିଲେ। ମାଗଣା ସେବା ପାଇବା ବଦଳରେ ସେ ୨୦୦ ଟଙ୍କା ଦେଇ ରୋଗ ଦେଖାଇଥିଲେ। ଡ୍ୟୁଟି ସମୟରେ ଡାକ୍ତର ଜଣକ ସରକାରୀ କ୍ୱାର୍ଟର୍ସରେ ରହି ଫିସ୍‌ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଣି କ୍ୱାର୍ଟର୍ସ ସମ୍ମୁଖରେ ଅଧିକାଂଶ ଡାକ୍ତର ଫିସ୍‌ ପ୍ରାପ୍ୟ ଲେଖିଛନ୍ତି। ଏ ନେଇ ଉକ୍ତ ଚିକିତ୍ସାଳୟର ଭେସଜ ବିଶେଷଜ୍ଞ ଡା. ପ୍ରଭାତ କୁମାର ସାହୁ କୁହନ୍ତି, ୨୦୦ ଟଙ୍କା ନେଇ ରୋଗୀ ଦେଖିଥିଲି। କାଗଜ ନ ଥିବାରୁ ଆଟାରେ ପ୍ରେସକ୍ରିପସନ ଲେଖିଥିବା ସେ ସ୍ବୀକାର କରିଛନ୍ତି।
ରୋଗୀ ଶୋଷଣର ଶିକାର
ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଡାକ୍ତର ଥିଲେ ମଧ୍ୟ ସେବା ମିଳୁନି । ଡାକ୍ତର ସେବା ଦେବା ଅପେକ୍ଷା ଫିସ୍‌ ନେବାକୁ ଅଧିକ ଗୁରୁତ୍ୱ ଦେଉଥିବା ଅଭିଯୋଗ ହୋଇ ଆସୁଛି । ପୁଣି କମ ପଇସାରେ ଭଲ ହେବା ଔଷଧ ବଦଳରେ ଦାମୀ ଔଷଧ ଲେଖୁଥିବାରୁ ରୋଗୀ କେବଳ ଶୋଷଣ ହୋଇ ଚାଲିଛି।
ଦଲାଲ ସର୍ବେସର୍ବା
ଏହି ଚିକିତ୍ସାଳୟରେ ଦଲାଲ ସର୍ବେସର୍ବା ପାଲଟିଛନ୍ତି। ସେମାନଙ୍କୁ ନ ଧରିଲେ କୌଣସି କାମ ହେଉ ନାହିଁ। ସରକାରୀ ଡାକ୍ତରଙ୍କୁ ରୋଗୀ ଦେଖାଇବାକୁ ଦଲାଲ ମଧ୍ୟସ୍ଥି ସାଜୁଛନ୍ତି। ଦଲାଲଙ୍କୁ ନ ଧରିଲେ ଡାକ୍ତର ପ୍ରେସ୍‌କ୍ରିପସନ ଠିକ୍‌ ଭାବେ ଲେଖୁ ନାହାନ୍ତି। ନିରାମୟ ଏଠାରେ ବାଟବଣା । ଡାକ୍ତର ମାଗଣା ଔଷଧ ଲେଖିବା ବଦଳରେ ଦୋକାନୀ ଔଷଧକୁ ଗୁରୁତ୍ୱ ଦେଉଛନ୍ତି, ଯାହା ଆଟାରେ ଲେଖାଥିବା ପ୍ରେସ୍‌କ୍ରିପସନ ପ୍ରମାଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri