ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ୭ ଜେଲ୍‌ ଗଲେ

ଛତ୍ରପୁର,୧୬ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୌଡ଼ଗୋଠ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୧୧ ତାରିଖରେ ଅଶାନ୍ତି ଓ ଗଣ୍ଡଗୋଳ ସହ ଡ୍ୟୁଟିରେ ଥିବା ଜଣେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ଏହି ମାମଲାରେ ସମ୍ପୃକ୍ତ ୭ ଜଣଙ୍କୁ ବଡ଼ଗଡ଼ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏ ସମ୍ପର୍କରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଟୁଇଟ୍‌ କରି ସୂଚନା ଦେଇଛନ୍ତି।