ଡାକ୍ତରଙ୍କୁ ଅସମ୍ମାନ, ୩ ଗିରଫ

ଖଇରା,୨୫ା୪(ଡି.ଏନ୍‌.ଏ.)-ବାଲେଶ୍ବର ଜିଲା ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କ ବିରୋଧରେ ଅସମ୍ମାନସୂଚକ ମନ୍ତବ୍ୟ ଦେବା ଅଭିଯୋଗରେ ଖଇରା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପୁରୁଷୋତ୍ତମପୁର ଗ୍ରାମର ଶଙ୍କର୍ଷଣ ସାହୁ ଓ ତାଙ୍କର ଦୁଇ ପୁଅ ଶ୍ରୀକାନ୍ତ ଏବଂ ଅଶୋକ। ଏନେଇ ଥାନାରେ ଏକ ମାମଲା(ନଂ.୮୨/୨୦୨୦) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନରେ ଅଶୋକଙ୍କୁ ନେଇ ତାଙ୍କ ବଡ଼ ଭାଇ ଶ୍ରୀକାନ୍ତ ଡାକ୍ତର ବିଦୁଭୂଷଣ ମହାନ୍ତିଙ୍କୁ ଦେଖାଇବାକୁ ଆସିଥିଲେ। ଡାକ୍ତର ସାରେ ଆସିବାକୁ କହିବା ପରେ ସେମାନେ ଫେରିଯାଇ ଥିଲେ। ପୁଣି ସାରେ ଆସି ଡାକ୍ତରଙ୍କୁ ନ ପାଇ ତାଙ୍କ ବିରୋଧରେ ଅସମ୍ମାନସୂଚକ ମନ୍ତବ୍ୟ ଦେଇଥିଲେ। ଏନେଇ ଡାକ୍ତର ମହାନ୍ତି ଥାନାରେ ଅଭିଯୋଗ କରିବାରୁ ପୋଲିସ ସମ୍ପୃକ୍ତ ଦୁଇ ଭାଇଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କ ବାପା ଘଟଣା ସମ୍ପର୍କରେ ଡାକ୍ତରଙ୍କୁ ପଚାରିବାକୁ ଆସିଥିବା ବେଳେ ପୋଲିସ ତାଙ୍କୁ ମଧ୍ୟ ଗିରଫ କରିଥିଲା।