ଡାଇମଣ୍ଡ ପ୍ରିନ୍‌ସେସ୍‌ ଶିପ୍‌ରୁ ଉଦ୍ଧାର ପାଇଁ ମୋଦିଙ୍କ ସହାୟତା ଲୋଡିଲେ ଯୁବତୀ: ୧୩୮ ଭାରତୀୟଙ୍କୁ ସ୍ବଦେଶ ଫେରାଇ ନେବାକୁ କଲେ ଅନୁରୋଧ

ଟୋକିଓ,୧୯।୨: ଜାପାନର ଟୋକିଓରେ ଡାଇମଣ୍ଡ ପ୍ରିନ୍‌ସେସ୍‌ ଶିପ୍‌ରେ ୧୩୮ ଭାରତୀୟଙ୍କୁ କରୋନା ସଂକ୍ରମଣ ଯାଞ୍ଚ୍‌ ପାଇଁ ଅଟକ ରଖାଯାଇଛି। ଇତିମଧ୍ୟରେ ୧୪ ଦିନ ବିତି ଯାଇଛି। ସେମାନଙ୍କୁ ଭାରତ ଫେରାଇ ନେବାକୁ ଉଦ୍ୟମ ହେଉ ନ ଥିବା ଏଥିରେ ଅଟକ ଥିବା ଯାତ୍ରୀ ମୁମ୍ବାଇର ସୋନାଲୀ ଠକ୍କର ଏକ ନୂଆ ଭିଡ଼ିଓରେ ପ୍ରକାଶ କରିଛନ୍ତି। ସୋନାଲୀଙ୍କଠାରେ କରୋନା ଚିହ୍ନଟ ହୋଇ ନ ଥିଲେ ମଧ୍ୟ ଅନ୍ୟ କେତେକ ଯାତ୍ରୀଙ୍କଠାରେ ଏହାର ଚିହ୍ନଟ ହୋଇଥିବାରୁ ସଂକ୍ରମଣ ନେଇ ସୋନାଲୀ ଚିନ୍ତିତ ହୋଇପଡ଼ିଥିବା କହିଛନ୍ତି। ଭାରତୀୟ ଦୂତାବାସ ପକ୍ଷରୁ ସୋନାଲୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଭାରତ ସରକାର ଶିପ୍‌ରେ ଅଟକ ଥିବା ଯାତ୍ରୀଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ବିମାନ ପଠାଇବେ ବୋଲି ମଧ୍ୟ ସୂଚନା ଦିଆଯାଇଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ବିମାନ ଆସି ନ ଥିବା ସୋନାଲୀ ଭିଡ଼ିଓରେ କହିଛନ୍ତି। ସୂଚନାଯୋଗ୍ୟ, ଏହି ଶିପ୍‌ରେ ୫୦ ଦେଶର ପ୍ରାୟ ୩୭୦୦ ଯାତ୍ରୀ ରହିଛନ୍ତି। ତେବେ କରୋନା ସଂକ୍ରମଣ ଭୟରେ ଶିପ୍‌କୁ ୟୋକାହାମା ବନ୍ଦରରେ ଅଲଗା କରି ରଖାଯାଇଛି। ଏଥିରେ ଥିବା ୫୪୨ ଯାତ୍ରୀଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରେ ୬ ଜଣ ଭାରତୀୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri