ଡରିଗଲେ ସଲମାନ !

ମୁମ୍ବାଇ: କରୋନା ଭାଇରସ ଏବେ ସମସ୍ତଙ୍କୁ ଏକ ପ୍ରକାର ଡରାଇ ଦେଇଛି । କରୋନା ଭାଇରସକୁ ନେଇ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ୍ କରାଯାଇଥିବା ବେଳେ ଏବେ ଯିଏ ଯେଉଁଠି ଅଛନ୍ତି ସେହିଠାରେ ହିଁ ରହିଯାଇଛନ୍ତି । ଏହି ସମୟରେ ବଲିଉଡ୍ ଭାଇଜାନ ସଲମାନ ଖାଁ ତାଙ୍କ ପନୱଲ ସ୍ଥିତ ଫାର୍ମ ହାଉସରେ ରହିଯାଇଥିବା ଜଣାପଡିଛି । ରବିବାର ରାତିରେ ସେ ଏହାର ଏକ ଭିଡିଓ ଶେୟାର କରିବା ପରେ ଏହା ଜଣାପଡିଛି । ସେଠାରେ ସେ ତାଙ୍କ ପରିବାର ସହ ଥିଲେ ମଧ୍ୟ ପାଖରେ ତାଙ୍କର ବାପା ନାହାନ୍ତି । ସେ ତାଙ୍କୁ ବହୁତ୍ ମିସ୍ କରୁଛନ୍ତି ବୋଲି କହିଛନ୍ତି । ଉକ୍ତ ଭିଡିଓରେ ସେ ସୋହେଲଙ୍କ ପୁଅ ନିର୍ବାଣଙ୍କ ସହ ଦେଖାଯାଉଛନ୍ତି । ଏଥିରେ ସେ ଏକ ପୁରୁଣା ହିନ୍ଦୀ ଫିଲ୍ମର ଡାଏଲଗ କହୁଛନ୍ତି, “ଯୋ ଡର ଗୟା ସମଝୋ ୱ ମରଗୟା” । ହେଲେ ଏବେ “ଯୋ ଡର ଗୟା ସମଝୋ ୱ ବଚଗୟା” ବୋଲି ସଲମାନ କହୁଛନ୍ତି । ଅର୍ଥାତ୍ ଏବେ କରୋନାର ଯେଉଁଭଳି ପ୍ରଭାବ ରହିଛି ତାକୁ ଦେଖି ଘରେ ରହିଲେ ହିଁ ଆମେ ସୁସ୍ଥ ରହିବା ବୋଲି ସେ କହିଛନ୍ତି ।

Share