ଡରାଉଛି ସହରର ଶୂନ୍ୟତା

କଟକ ଅଫିସ,୧୨।୪: ଗହଳଚହଳ ଭିତରେ ଦିନରାତି କଟେ। ସେତେବେଳେ ଚୋର, ତସ୍କରଙ୍କ ଭୟ ରହୁଥିଲା। ସେଥିପାଇଁ ସବୁବେଳେ ସଜାଗ ରହୁଥିଲୁ। ମନରେ ଏତେଟା ଡର ନ ଥିଲା। ଏବେ ଯେଉଁ ଆଡେ ଚାହିଁବ ସିଆଡ଼େ ପୋଲିସ। ମାଳମାଳ ଖାକି ପୋଷାକଙ୍କ ଭିଡ଼ ଯୋଗୁ ଚୋରିର ପ୍ରଶ୍ନ ଉଠୁନି। ହେଲେ ଏବେ ସହରର ଶୂନଶାନ ରାସ୍ତାଘାଟ ବେଶୀ ଡରାଉଛି। ମନକୁ ଏକ ଅଜଣା ଭୟ ମାଡ଼ି ବସୁଛି। ପୁଣି ସବୁକିଛି ଶୀଘ୍ର ସ୍ବାଭାବିକ ହୋଇଯାଉ ଏହା ହିଁ ସବୁବେଳେ ଠାକୁରଙ୍କୁ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ଲିଙ୍କରୋଡ ନିକଟରେ ଥିବା ଏକ ଶୋ’ ରୁମ୍‌ର ସିକ୍ୟୁରିଟି ଗାର୍ଡ ପ୍ରଶାନ୍ତ ବେହେରା। ପେଟ ପୋଷିବା ପାଇଁ ଏହି ସହରକୁ ଆଶ୍ରା କରିଥିବା ପ୍ରଶାନ୍ତଙ୍କୁ କିନ୍ତୁ ସହରର ଶୂନ୍ୟତା ଆଦୌ ଭଲ ଲାଗୁନି ବୋଲି କହିଛନ୍ତି।

ପ୍ରଶାନ୍ତଙ୍କ ଘର ବୈୟାଳିଶମୌଜା ଅନ୍ତର୍ଗତ ବେଣ୍ଟକାର ଗ୍ରାମରେ। କିଛି ବର୍ଷ ହେବ ସେ ଏକ ସିକ୍ୟୁରିଟି ସଂସ୍ଥାରେ କାମ କରି ପରିବାର ପୋଷୁଛନ୍ତି। ଏବେ ଲିଙ୍କରୋଡ -ବାଦାମବାଡ଼ି ମୁଖ୍ୟରାସ୍ତା କଡ଼ରେ ଥିବା ଏକ ଗାଡ଼ି ଶୋ’ ରୁମ୍‌ରେ ସେ ସିକ୍ୟୁରିଟି ଗାର୍ଡ଼ ଭାବେ କାର୍ଯ୍ୟ କରୁଛନ୍ତି। ପରିବାର କହିଲେ, ସ୍ତ୍ରୀ ଆଉ ଦୁଇ ଝିଅ। ସକାଳ ହେଲେ ବେଣ୍ଟକାରରୁ କର୍ତ୍ତବ୍ୟସ୍ଥଳକୁ ଆସନ୍ତି। ଘରୁ ବାହାରିବା ମାତ୍ରେ ଦୁଇ ଝିଅ ସାନିଟାଇଜର ଓ ମାସ୍କ ନେବା ପାଇଁ ବାଧ୍ୟ କରନ୍ତି। କାହା ସହିତ ମିଶିବନି, ଅଜଣା ଲୋକକୁ ଛୁଇଁବନି, ନିମୟିତ ବ୍ୟବଧାନରେ ହାତକୁ ଧୋଇବ ବୋଲି ବୁଝାନ୍ତି। ଫୋନ କରି ମଧ୍ୟ ଏହି କଥା ବାରମ୍ବାର ମନେ ପକାଇ ଦିଅନ୍ତି। ଘର ପାଇଁ ସେ ପର୍ଯ୍ୟପ୍ତ ପରିମାଣର ଖାଦ୍ୟ ସାମଗ୍ରୀ, ମାସ୍କ ଓ ସାନିଟାଇଜର କିଣି ନେଇଛନ୍ତି ବୋଲି ପ୍ରଶାନ୍ତ କହିଥିଲେ। ପ୍ରଶାନ୍ତ କହିଛନ୍ତି, ତାଙ୍କ କାନ୍ଧ ଉପରେ ପରିବାରର ବୋଝ ଲଦି ହୋଇଛି। ସିକ୍ୟୁରିଟି ସଂସ୍ଥା ପକ୍ଷରୁ ମାସିକ ଦରମା ମଧ୍ୟ ଠିକ ସମୟରେ ମିଳୁଛି। ତେଣୁ ଏଭଳି ଭୟାନକ ପରିସ୍ଥିତିରେ ମଧ୍ୟ ସେ ଚାକିରି ଛାଡ଼ି ପାରୁନାହାନ୍ତି। ପ୍ରତିଦିନ ଶହ ଶହ ଲୋକ ଆସନ୍ତି। ପାଖରେ ବସି କଥା ହୁଅନ୍ତି। ହେଲେ ଏବେ ଚୁପଚାପ ବସିବାକୁ ପଡ଼ୁଛି। ଯାହା ଫଳରେ ମାନସିକ ଭାବେ ମଧ୍ୟ ଭାରାକ୍ରାନ୍ତ ଲାଗୁଛି। ପରିସ୍ଥିତି ତୁରନ୍ତ ସୁଧୁରିଯିବା ସେ ଚାହାନ୍ତି ବୋଲି ପ୍ରଶାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri