ଅନୁଗୋଳ ଅଫିସ, ୧୨।୬- ଅନୁଗୋଳ ସହରର ପ୍ରସ୍ତାବିତ ଡମ୍ପିଂୟାର୍ଡ଼ ସ୍ଥାନ କୁଶାସିଂହାକୁ ମଙ୍ଗଳବାର ଜିଲାପାଳ ମନୋଜ କୁମାର ମହାନ୍ତି ପରିଦର୍ଶନ କରିଛନ୍ତି। ଡମ୍ପିଂୟାର୍ଡ଼ ନିର୍ମାଣରେ କେଉଁଠି ସମସ୍ୟା ରହିଛି ସେ ସମ୍ପର୍କରେ ପ୍ରଶାସନ ଅଧିକାରୀ, ପୌର କର୍ତ୍ତୃପକ୍ଷଙ୍କଠାରୁ ପଚାରି ବୁଝିଛନ୍ତି। ବିରୋଧ ଯୋଗୁ ଉକ୍ତ ସ୍ଥାନରେ ନିର୍ମାଣ କାର୍ଯ୍ୟ ବନ୍ଦ ଥିବା ଅଧିକାରୀମାନେ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ସ୍ଥାନୀୟ ଲୋକଙ୍କ ସହ ଜନ ପ୍ରତିନିଧିଙ୍କୁ ଡକାଯାଇ ପ୍ରସ୍ତାବିତ ସ୍ଥାନରେ କାର୍ଯ୍ୟ କରିବାକୁ ଆଲୋଚନା କରାଯିବ ବୋଲି ଜିଲାପାଳ କହିଛନ୍ତି। ଏଥିସହ ଡମ୍ପିଂୟାର୍ଡ ହେଲେ ଅଞ୍ଚଳରେ କୌଣସି ସମସ୍ୟା ହେବ ନାହିଁ। ବରଂ ରାସ୍ତାଘାଟର ଉନ୍ନତି ସହ ଅଞ୍ଚଳ ବିକାଶ ଧାରାରେ ସାମିଲ ହେବ ବୋଲି ସେ କହିଛନ୍ତି।
ଜିଲାପାଳଙ୍କ ସହ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥାର ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତ୍ତିରାୟ, ଉପଜିଲାପାଳ ବାସୁଦେବ ଶତପଥୀ, ପୌରନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କୁଶାସିଂହାସ୍ଥିତ ଡମ୍ଫିଂୟାର୍ଡ ପରିଦର୍ଶନରେ ଯାଇଥିଲେ। ସେଠାରେ ଅଞ୍ଚଳ ବୁଲିଦେଖିବା ସହ ପ୍ରକଳ୍ପ କାର୍ଯ୍ୟକୁ କିପରି କରାଯିବ ସେ ନେଇ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ସୋମବାର ଜିଲାର ଦୁଇଟି ପୌରପାଳିକା ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କ ସହ ଉପଜିଲାପାଳ ଏକ ବୈଠକ କରିଥିଲେ। ବୈଠକରେ କିପରି ୱେଷ୍ଟ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଚାଲିଛି ତାର ସମୀକ୍ଷା କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ କେତୋଟି କମ୍ପୋଷ୍ଟ ପିଟ କାର୍ଯ୍ୟ କେତେ ଦୂର ଯାଇଛି ତାର ମଧ୍ୟ ସମୀକ୍ଷା କରାଯାଇଥିଲା। ସହର ସୁସ୍ଥ ଓ ପରିଷ୍କାର ରଖିବାକୁ ମଧ୍ୟ ଜିଲାପାଳ ଆଲୋଚନା କରିଥିଲେ। ଘର ଘର ବୁଲି ଅଳିଆ ସଂଗ୍ରହ କାର୍ଯ୍ୟଠାରୁ ଜିଲାର ପ୍ରତ୍ୟେକ ସହରରେ କିପରି ସଫେଇ ଚାଲିଛି ତାର ମଧ୍ୟ ଜିଲାପାଳ ସମୀକ୍ଷା କରିଥିଲେ। ସହରଗୁଡ଼ିକରେ ପ୍ଲାଷ୍ଟିକ ମ୍ୟାନେଜମେଣ୍ଟ ଠିକ୍ ଭାବେ କରାଯାଉଛି କି ନାହିଁ ବିଭିନ୍ନ ପୌର ଓ ବିଜ୍ଞାପିତ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ।
ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ
ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...
ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା
ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...
ଆଉଘରକୁ ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍ ସହ ହେଲା…
ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...
ଗଛରେ ପିଟିହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...
ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ
ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...
ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି
ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...
ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ
ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...
ଜିଏମ୍ଡିସି: ଗୁଜରାଟରୁ ଆସି ଖାଇଗଲେ
ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...
Archives


